Saturday, March 7, 2026
Homeଅଘଟଣବ୍ରଜପାତରେ ନାବାଳକର ମୃତ୍ୟୁ,ଜଣେ ଗୁରୁତର ।

ବ୍ରଜପାତରେ ନାବାଳକର ମୃତ୍ୟୁ,ଜଣେ ଗୁରୁତର ।

ପାଇକମାଳ – ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଅଧିନସ୍ଥ ପୁରେନା ଗ୍ରାମର ବିରିଜ ଧରୁଆଙ୍କ ଆଠ ବର୍ଷର ପୁଅ ରଞ୍ଜିତ ଧରୁଆଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଛି ଏବଂ ହରିଶଙ୍କର ଡନସନାଙ୍କ ୧୧ ବର୍ଷର ପୁଅ ସନୋ ଡ଼ନସନା ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଉଭୟେ ଯାମକୋଳି ଗଛ ତଳେ ଖେଳୁଥିଲେ।

ଅପରାହ୍ନ ତିନିଟା ସମୟରେ ହଠାତ ବଜ୍ରପାତ ହୋଇଥିଲା। ତୁରନ୍ତ ତାଙ୍କୁ ନୂଆପଡ଼ା ଜିଲ୍ଲା ସରକାରୀ ଡାକ୍ତରଖାନାକୁ ନିଆ ଯାଇଥିଲା। କିନ୍ତୁ ଡାକ୍ତର ରଂଜିତକୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାଯାଏ।

error: Content is protected !!