Wednesday, January 22, 2025
spot_imgspot_imgspot_img
Homeରାଜ୍ୟବୌଦ୍ଧରେ ଜାତୀୟ ମତଦାତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ।

ବୌଦ୍ଧରେ ଜାତୀୟ ମତଦାତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ।

ବୌଦ୍ଧ – ଦୁଇ ଦିନ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ଠାରେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଡେପୁଟି କଲେକ୍ଟର ତୃପ୍ତିମୟୀ ଜେନାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି l ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ ବାଳିକା ଉଚ୍ଚ ବିଦ୍ୟାଳୟର ସ୍ୱାତି ସ୍ନେହା ଶାସିନି – ପ୍ରଥମ, ଓଡିଶା ଆଦର୍ଶ ବିଦ୍ୟାଳୟ, ତେତେଲେଙ୍ଗାର ପ୍ରିୟାଂଶି ପ୍ରତ୍ୟୁଷ ନନ୍ଦ – ଦ୍ଵିତୀୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଅନୁସୟା ମହାକୁଳ,ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ରେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଶ୍ରଦ୍ଧାଞ୍ଜଳି ସାହୁ – ପ୍ରଥମ, ବର୍ଷାରାଣୀ ମେହେର -ଦ୍ଵିତୀୟ, ଡାଏଟ ର ରଙ୍ଗାଧର ମୁନା – ତୃତୀୟ, ଇଂରାଜୀ ବକ୍ତୃତା ରେ ସେଣ୍ଟ ଜାଭିଅର ସ୍କୁଲର ସ୍ୱାତୀ ସୌମ୍ୟ ପଣ୍ଡା – ପ୍ରଥମ, ଓଡିଶା ଆଦର୍ଶ ବିଦ୍ୟାଳୟ, ମଣିପୁରର ଅଙ୍କିତା ଷଡ଼ଙ୍ଗୀ – ଦ୍ଵିତୀୟ, ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲ ର କୁନାଲ କୁଲଦୀପ ପଟ୍ଟନାୟକ -ତୃତୀୟ,

ମହାବିଦ୍ୟାଳୟ ସ୍ତରୀୟ ଇଂରାଜୀ ବକ୍ତୃତାରେ ଓଡିଶା ଆଦର୍ଶ ବିଦ୍ୟାଳୟ, ମଣିପୁରର ଆକାଂକ୍ଷା ପ୍ରଧାନ – ପ୍ରଥମ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ବର୍ଷାରାଣୀ ମେହେର – ଦ୍ଵିତୀୟ, ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ର ତୃପ୍ତିମୟୀ ଭଞ୍ଜ – ତୃତୀୟ, ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ସ୍ୱସ୍ତିକ ସୁଚିନ୍ତନ ପ୍ରଧାନ – ପ୍ରଥମ, ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲ ର ଜ୍ୟୋତିରଦିତ୍ୟ ରାଉଲ – ଦ୍ଵିତୀୟ, ଓଡିଶା ଆଦର୍ଶ ବିଦ୍ୟାଳୟ, ଅଂଏଲାଚୁଁଆ ର ମୃଣାଳିନି ସାହୁ – ତୃତୀୟ, ମହାବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଓଡିଶା ଆଦର୍ଶ ବିଦ୍ୟାଳୟ, ତେତେଲେଙ୍ଗାର ସୁଇଟି ସାହୁ – ପ୍ରଥମ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଶୁଭମ ପ୍ରିତମ ବାରିକ – ଦ୍ଵିତୀୟ, ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ବୌଦ୍ଧର ଅରିନ୍ଦମ ଦେବ – ତୃତୀୟ,ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଓଡ଼ିଆ ପ୍ରବନ୍ଧରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ସ୍ମୃତି ଆରାଧନା ବେହେରା – ପ୍ରଥମ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଅର୍ପିତା ମେହେର – ଦ୍ଵିତୀୟ, ଆଦର୍ଶ ବିଦ୍ୟାଳୟ, ତେତେଲେଙ୍ଗାର ଦିବ୍ୟଜ୍ୟୋତି ମହାରଣା ତୃତୀୟ, ମହାବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ରେ ଡାଏଟ ର ଡ଼ଲି ସାହୁ – ପ୍ରଥମ,

ସାବିତ୍ରୀ ରଣା – ଦ୍ଵିତୀୟ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଶ୍ରଦ୍ଧାଞ୍ଜଳି ସାହୁ ଏବଂ ଶୁଭସ୍ମିତା ମେହେର – ତୃତୀୟ, ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଇଂରାଜୀ ପ୍ରବନ୍ଧରେ ଓଡିଶା ଆଦର୍ଶ ବିଦ୍ୟାଳୟ, ତେତେଲେଙ୍ଗାର ପ୍ରିୟାଂଶି ପ୍ରତ୍ୟୁଷା ନନ୍ଦ – ପ୍ରଥମ, ଶୁଭଶ୍ରୀ ଗୁରୁ – ଦ୍ଵିତୀୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ସୁମନ ମେହେର ଏବଂ ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ପୂଜାରାଣୀ ସାହୁ – ତୃତୀୟ, ମହାବିଦ୍ୟାଳୟ ସ୍ତରୀୟ ଇଂରାଜୀ ପ୍ରବନ୍ଧ ରେ ଓଡିଶା ଆଦର୍ଶ ବିଦ୍ୟାଳୟ, ତେତେଲେଙ୍ଗାର ବିୟୁଟି ସାହୁ – ପ୍ରଥମ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ର ବର୍ଷାରାଣୀ ମେହେର – ଦ୍ଵିତୀୟ, ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ର ତୃପ୍ତିମୟୀ ଭଞ୍ଜ – ତୃତୀୟ, ଉଚ୍ଚ ବିଦ୍ୟାଳୟ ସ୍ତରୀୟ କୁଇଜ ପ୍ରତିଯୋଗିତା ରେ ଓଡିଶା ଆଦର୍ଶ ବିଦ୍ୟାଳୟ, ତେତେଲେଙ୍ଗାର ଶୁଭଶ୍ରୀ ଗୁରୁ – ପ୍ରଥମ, ଜନତା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ବିଲାସପୁରର ମାନସ ମହଲା – ଦ୍ଵିତୀୟ, ଓଡିଶା ଆଦର୍ଶ ବିଦ୍ୟାଳୟ, ତେତେଲେଙ୍ଗାର ଶୈଳେସ କୁମାର ଦାସ- ତୃତୀୟ, ମହାବିଦ୍ୟାଳୟ ସ୍ତରୀୟ କୁଇଜ ପ୍ରତିଯୋଗିତା ରେ ଡ଼ାଏଟର ଓମକାର ସୁଭାଶିଷ – ପ୍ରଥମ, ବିକାଶ ମହାକୁଡ଼ ଏବଂ ଡଲି ସାହୁ – ଦ୍ଵିତୀୟ, ଭୈରବୀ ଡ଼ିଗ୍ରୀ ମହାବିଦ୍ୟାଳୟ, ପୁରୁଣାକଟକ ର ବିକ୍ରମ ସାମଲ ଏବଂ ଓଡି ଶା ଆଦର୍ଶ ବିଦ୍ୟାଳୟ, ତେତେଲେଙ୍ଗାର ବିୟୁଟି ସାହୁ – ତୃତୀୟ ସ୍ଥାନ ଅଧିକାର କରିଥିଲେ l

ଏହି ପ୍ରତିଯୋଗିତା ର ବିଚାରକ ଭାବେ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମହାନ୍ତି, ରାଧା ମୋହନ ମାହାଣା, ଅଭିମନ୍ୟୁ ପ୍ରଧାନ, ସହକାରୀ ଶିକ୍ଷକ ନବ କିଶୋର ଦୀପ, ସଂସାର ଅମାତ,ଲିଲୁପାଣି ମହାକୁଡ଼, ରାଜୁ ବଗର୍ତ୍ତୀ,ସ୍ୱସ୍ତିକା ବିଶି, ଅଶୋକ ପ୍ରଧାନ,ଶ୍ରଦ୍ଧାଞ୍ଜଳି ମେହେର, ଅଲେଖ ତ୍ରିପାଠୀ, ଶ୍ରୀ ଚଞ୍ଚଲ, ଅଶୋକ କୁମାର ପ୍ରଧାନ,ଅଧ୍ୟାପକ ଲକ୍ଷ୍ମଣ ମେହେର, ଡ଼. ଶରତ ଚନ୍ଦ୍ର ପତି, ବାସନ୍ତୀ ପ୍ରଧାନ, ଡ଼. ପ୍ରକାଶ କୁମାର ମେହେର, କଲ୍ୟାଣୀ ଦେବୀ ସୁହାନି, ସଦାନନ୍ଦ ମେହେର, ଅମରେଶ ସାହୁ, ମୁକ୍ତି ସାହୁ,ମିସ ପଲ୍ଲିଶ୍ରୀ, ମିସ ପ୍ରଜ୍ଞା ପ୍ରମୁଖ ବିଚାରକ ଭାବେ ଯୋଗ ଦେଇ ମୂଲ୍ୟାଙ୍କନ କରିଥିଲେ l ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେରଙ୍କ ସହଯୋଗ ରେ ସମସ୍ତ ପ୍ରତିଯୋଗିତା ବୌଦ୍ଧ ପଂଚାୟତ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା l

ଏହି ପ୍ରତିଯୋଗିତାରେ ଅଧ୍ୟକ୍ଷ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ, ଅଧ୍ୟାପକ, ଅଧ୍ୟାପିକା,ଗ୍ରନ୍ଥାଗାରିକ ଅକ୍ଷୟ କୁମାର ମହାକୁଡ଼, କର୍ମଚାରୀ ବୀର କିଶୋର କର୍ମୀ, ଜ଼ିଲ୍ଲା ନିର୍ବାଚନ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ସରୋଜ କୁମାର ବେହେରା, କନିଷ୍ଠ ରାଜସ୍ୱ ସହାୟକ ଜିତେନ୍ଦ୍ର କୁମାର ମେହେର ଓ ମିତାଞ୍ଜଳି କଁହର , କାର୍ଯ୍ୟାଳୟ ସହାୟକ ମନୋଜ କୁମାର ବେହେରା ଏହି ପ୍ରତିଯୋଗିତା ସମୟରେ ସହଯୋଗ କରିଥିଲେ l କୃତୀ ପ୍ରତିଯୋଗୀ ଙ୍କୁ ଜାନୁୟାରୀ ୨୫ ତାରିଖ ବୌଦ୍ଧ ଟାଉନ ହଲ ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ମତଦାତା ଦିବସ ସମାରୋହରେ ସକାଳ ୮ ଘଟିକା ସମୟରେ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯିବ l ଏଣୁ ସମସ୍ତ କୃତୀ ପ୍ରତିଯୋଗୀ ଜାନୁୟାରୀ ୫ ସକାଳ ୮ ଘଟିକାରେ ଟାଉନ ହଲ ଠାରେ ଉପସ୍ଥିତ ରହି ଅତିଥି ମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି l

error: Content is protected !!