Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବୌଦ୍ଧ ମହୋତ୍ସବ ତଥା ପଲ୍ଲିଶ୍ରୀ ମେଳାର ସାଂସ୍କୃତିକ କମିଟି ଚୁଡାନ୍ତ ପ୍ରସ୍ତୁତି ବୈଠକ ।

ବୌଦ୍ଧ ମହୋତ୍ସବ ତଥା ପଲ୍ଲିଶ୍ରୀ ମେଳାର ସାଂସ୍କୃତିକ କମିଟି ଚୁଡାନ୍ତ ପ୍ରସ୍ତୁତି ବୈଠକ ।

ବୌଦ୍ଧ(ନବ କିଶୋର ମେହେର)-ବୌଦ୍ଧ ଜିଲ୍ଲାପାଳଙ୍କ ସଦଭାବନା ସଭା ସଭା ଗୃହରେ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରିତାକାନ୍ତି ବଳିୟାର ସିଂହଙ୍କ ଆବାହକତ୍ୱରେ ସାଂସ୍କୃତିକ କମିଟିର ନୋଡାଲ ଅଧିକାରୀ ତଥା ବୌଦ୍ଧ ତହସିଲଦାର ଅନିତା କୁମାରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଂସ୍କୃତିକ କମିଟିର ସମସ୍ତ ସଦସ୍ୟ ମାନଙ୍କୁ ନେଇ ହେବାକୁ ଥିବା ବୌଦ୍ଧ ମହୋତ୍ସବ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସାଂସ୍କୃତିକ କାର୍ଯ୍ୟକ୍ରମ ସୂପରିଚାଳନା ସହ ଜିଲ୍ଳାର ଆଞ୍ଚଳିକ ସାଂସ୍କୃତିକ ଦଳ ଜାନୁୟାରୀ ୨ ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରତିଦିନ ଅପରାହ୍ନ ଚାରିଘଣ୍ଟା ସମୟରୁ ସଂଧ୍ୟା ସାତ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ଏଵଂ ସାତ ଘଣ୍ଟାରୁ ସଭା କାର୍ଯ୍ୟ ଆୟୋଜନ ହେବ ପରେ ଜିଲ୍ଲା ତଥା ରାଜ୍ୟ ବାହାର ର କଳାକାର ମାନଙ୍କ ଦ୍ଵାରା ସାଂସ୍କୃତିକ ଦଳ ଗୁଡିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଉଛି ।

ଏହା ସହିତ ସମସ୍ତ ସାଂସ୍କୃତିକ ଦଳ ଗୁଡିକ ଯେମିତି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ତା କରାଯିବ ବୋଲି ନୋଡାଲ ଅଧିକାରୀ ସୂଚନା ଦେଇଥିଲେ l ଉକ୍ତ ବୈଠକ ରେ ଏଡିଟର, ହୀରାଞ୍ଚଳ ଯୁଗଳ କିଶୋର ସାମଲ, ନବ କୁମାର ଦୀପ, ପ୍ରଶାନ୍ତ ଭୋଇନା, ଅରୂପା ନନ୍ଦ ମହାରଣା, ଅରୁଣ କୁମାର ମେଣ୍ଡିଲି, ତ୍ରିଶୂଲ ଭଞ୍ଜା,ଦେବବ୍ରତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର ଜିତେନ୍ଦ୍ର କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l

error: Content is protected !!