Saturday, March 7, 2026
Homeରାଜ୍ୟବୋଡ଼ାସମ୍ବର କଳାକାର ମାନଙ୍କ ବନ୍ଧୁମିଳନ ଓ ଏକାଡେମୀ ପୁରସ୍କାରପ୍ରାପ୍ତ ରମେଶ ଗୁର୍ଲାଙ୍କୁ ସମ୍ବର୍ଦ୍ଧନା ।

ବୋଡ଼ାସମ୍ବର କଳାକାର ମାନଙ୍କ ବନ୍ଧୁମିଳନ ଓ ଏକାଡେମୀ ପୁରସ୍କାରପ୍ରାପ୍ତ ରମେଶ ଗୁର୍ଲାଙ୍କୁ ସମ୍ବର୍ଦ୍ଧନା ।

ପଦ୍ମପୁର-ପଦ୍ମପୁର ସହର ନିକଟବର୍ତ୍ତୀ ଭୂସାଗର ଜଳଭଣ୍ଡାର ଠାରେ ସହରର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଗୁଡିକର ସଦସ୍ୟ ମାନଙ୍କୁ ନେଇ ଏକ ବନ୍ଧୁମିଳନ ଉତ୍ସବ ଓ ବଣଭୋଜି ସହିତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ମନିଷ କୁମାର ରଥଙ୍କ ସଂଯୋଜନାରେ ଆୟୋଜିତ ସମ୍ବର୍ଦ୍ଧନା ସଭା ପୂର୍ବରୁ ଦିବଙ୍ଗତ ଅଭିନେତା ସ୍ୱର୍ଗତଃ ରାଜୁ ପାଇକଙ୍କ ମୃତ୍ୟୁର ଦଶ ବର୍ଷ ପୂର୍ତ୍ତି ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ୨୦୨୪ ବର୍ଷର ଲୋକ ବାଦ୍ୟ କ୍ଷେତ୍ରରେ ରାଜ୍ୟର ସମ୍ମାନଜନକ ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ପୁରସ୍କାର ପାଇଥିବା ରମେଶ ଗୁର୍ଲାଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଲୁ’ ନାଟ୍ୟ ଅନୁଷ୍ଠାନର ପ୍ରଫେସର କେଶର ଞ୍ଜନ ପ୍ରଧାନ, ଅବର୍ଣିରଗୁଁଡ଼ା ନାଟ୍ୟ ଅନୁଷ୍ଠାନର ଅଶୋକ କୁମାର ବହିଦାର,ସିରଜିନାର ରାଜେନ୍ଦ୍ର ମହାନ୍ତି,ଏକ ଟଙ୍କିଆ ସଂଗୀତ ବିଦ୍ୟାଳୟର ସୁରେନ୍ଦ୍ର ସାହୁ,ଏବିସିଡିର ସମ୍ପଦ ସାହୁ,ଡ଼ଃ ସରୋଜ ନାୟକ,ଅଧ୍ୟାପକ ସୁଶାନ୍ତ ମିଶ୍ର, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇଙ୍କ ସମେତ ଉପସ୍ଥିତ ବ୍ୟକ୍ତି ବିଶେଷ ମାନଙ୍କ ତରଫରୁ ରମେଶ ଗୁର୍ଲାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରେ ବୋଡ଼ାସମ୍ବର କଳାକାର ମାନଙ୍କ ବନ୍ଧୁମିଳନ କରାଯିବ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଏହି ବନ୍ଧୁମିଳନରେ ଟୁନା ବାରିକ, ମାଧବ ବରିହା, ବିଶ୍ରାମ ମେହେର, ବିଦେଶୀ ସାହୁ,ଅନିଲ ବେହେରା, ଚିନ୍ମୟ ପଣ୍ଡା,ଉମେଶ ସୁନା, ଅଶ୍ୱିନୀ ପଟେଲ,ଗୋବର୍ଦ୍ଧନ ଛତର,ପରମେଶ୍ୱର ବିଶି,ଟେନେସ ପଣ୍ଡା, ବୁଲୁ ବୈକାର, ଗିରଧାରୀ ସାହୁ,ନୀଳ ଦୀପ, ମନୋରଞ୍ଜନ ପୁରୋହିତ,ସୁଶାନ୍ତ ମହାପାତ୍ର,ଫକୀର ଶାହା, ଅଞ୍ଜଳି ପରିଡା, ବାଳମକୁନ୍ଦ କୁମ୍ଭାର, ଧବଳେଶ୍ୱର ମହାନନ୍ଦ,ସମସ୍ତ ସାମାଜିକ ସାଂସ୍କୃତିକ ଅନୁଷ୍ଠାନର କଳାକାର ଯୋଗ ଦେଇଥିଲେ । ଶେଷରେ ଗୋପବନ୍ଧୁ ଶିକା ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!