Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବୈଶାଖ ମେଳା ବିଶ୍ବଶାନ୍ତି ମହାଯଜ୍ଞ ତୃତୀୟ ଦିବସରେ ୨୬ ହଜାର ୩୦୦ ବୀଜମନ୍ତ୍ରରେ ପ୍ରକମ୍ପିତ ହେଲା...

ବୈଶାଖ ମେଳା ବିଶ୍ବଶାନ୍ତି ମହାଯଜ୍ଞ ତୃତୀୟ ଦିବସରେ ୨୬ ହଜାର ୩୦୦ ବୀଜମନ୍ତ୍ରରେ ପ୍ରକମ୍ପିତ ହେଲା ନୃସିଂହନାଥ ପିଠ ।

ପାଇକମାଳ-ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପୁଣ୍ୟ ପୀଠ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ନୃସିଂହନାଥ ପିଠରେ ବୈଶାଖ ମେଳା ବିଶ୍ବଶାନ୍ତି ମହାଯଜ୍ଞ ତୃତୀୟ ଦିବସରେ ୨୬ ହଜାର ୩୦୦ ନୃସିଂହ ବୀଜମନ୍ତ୍ର ଜପ ହୋଇଯାଇଛି । ପଣ୍ଡିତ ଡ଼ିଗ୍ରୀଧର ଦେବତାଙ୍କ ସହ ଲିଙ୍ଗରାଜ ଦେବତା, ରାମଚନ୍ଦ୍ର ତ୍ରିପାଠୀ, ଫକିର ଶତପଥୀ, ବିକାଶ ଦେବତା, ମିତ୍ରଭାନୁ ଦେବତା, ଜୟନ୍ତ ଦାସ, ମୁନା ଦେବତା, ସିଦ୍ଦେଶ୍ବର ସାବତ, ଦେବରାଜ ପଣ୍ତା, ରଙ୍କମଣୀ ଦେବତା, ହିମାଂଶୁ ପଣ୍ତା ମୋଟ ୧୨ଜଣ ଦକ୍ଷ ପଣ୍ଡିତ ପୂଜାପାଠ ସହ ବିଶ୍ଵଶାନ୍ତି ମହାଯଜ୍ଞରେ ନୃସିଂହ ବୀଜ ମନ୍ତ୍ର ଜପ କରି ନିଜ ନିଜର ଦାୟିତ୍ବ ନିର୍ବାହ କରୁଛନ୍ତି ।

ଯଜ୍ଞ ପରିଚାଳନାରେ ମେଳା କମିଟିର ସଦସ୍ୟ ଗିରିଶ ଚନ୍ଦ୍ର ନାୟକ, ମାତୃପ୍ରସାଦ ରଥ, ଡିଗ୍ରୀଧର ସାହୁ ଦାୟିତ୍ବ ତୁଲାଇ ଥିବାବେଳେ ଅନିଲ ସାହୁ, ଚିନ୍ତାମଣି ରାଓ, ସୁନନ୍ତ ସାହୁ ପ୍ରମୁଖ ଯଜ୍ଞକାର୍ଯ୍ୟରେ ସହଯୋଗ କରିଥିଲେ ।ବୈଶାଖ ମେଳାର ତୃତୀୟ ଦିନରେ ମଧ୍ୟ ଯଜ୍ଞ ପୀଠରେ ରୀତି ନୀତି ସହ ପୂଜା ପାଠ ହୋମ, ଆଳତୀ କରାଯାଇ ବିଶ୍ଵର ଶାନ୍ତି ଓ ମଙ୍ଗଳ ପାଇଁ ବିଶ୍ଵଶାନ୍ତି ମହାଯଜ୍ଞ ପୀଠରେ ପାଶ୍ବ ଦେବାଦେବୀଙ୍କୁ ଆବାହନ କରାଯାଇଛି । ବୈଶାଖ ମେଳାକୁ ସୁପରିଚାଳନା ପାଇଁ କମିଟିର ସଭ୍ୟମାନେ ନିଜ ନିଜର ଦାୟିତ୍ବ ତୁଳାଇଛନ୍ତି । ଶହଶ୍ରାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ମାନେ ନିଜ ନିଜର ପରିବାର ସହ ଭଗବାନ ମାର୍ଯାର କେଶରୀଙ୍କ ଠାରେ ଦର୍ଶନ କରି ଆଶୀର୍ବାଦ ଭିକ୍ଷା ଲଭିଛନ୍ତି ।

error: Content is protected !!