Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବୈଶାଖ ମେଳା ଅବସରରେ ବିଶ୍ବଶାନ୍ତି ମହାଯଜ୍ଞ:ପ୍ରଥମ ଦିବସରେ ୨୩ ହଜାର ୯୦୦ ବୀଜ ମନ୍ତ୍ର ଜପ...

ବୈଶାଖ ମେଳା ଅବସରରେ ବିଶ୍ବଶାନ୍ତି ମହାଯଜ୍ଞ:ପ୍ରଥମ ଦିବସରେ ୨୩ ହଜାର ୯୦୦ ବୀଜ ମନ୍ତ୍ର ଜପ ।

ପାଇକମାଳ-ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପୁଣ୍ୟ ପୀଠ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ନୃସିଂହନାଥ ପିଠରେ ବୈଶାଖ ମେଳା ରବିବାର ବିଶ୍ବଶାନ୍ତି ମହାଯଜ୍ଞ ପ୍ରଥମ ଦିବସରେ ୨୩ ହଜାର ୯୦୦ ନୃସିଂହ ବୀଜ ମନ୍ତ୍ର ଜପ ହୋଇଯାଇଛି । ପଣ୍ଡିତ ଡ଼ିଗ୍ରୀଧର ଦେବତାଙ୍କ ସହ ଲିଙ୍ଗରାଜ ଦେବତା, ରାମଚନ୍ଦ୍ର ତ୍ରିପାଠୀ, ଫକିର ତ୍ରିପାଠୀ, ବିକାଶ ଦେବତା, ମିତ୍ରଭାନୁ ଦେବତା, ଜୟନ୍ତ ଦାସ, ମୁନା ଦେବତା, ସୁବାଶ ଚନ୍ଦ୍ର ଦେବତା, ସିଦ୍ଦେଶ୍ବର ସାବତ, ରଙ୍କମଣୀ ଦେବତା, ହିମାଂଶୁ ପଣ୍ତା ସମେତ ୧୧ ଜଣ ଦକ୍ଷ ପଣ୍ଡିତ ପୂଜାପାଠ ସହ ବିଶ୍ଵଶାନ୍ତି ମହାଯଜ୍ଞ ରେ ନୃସିଂହ ବୀଜ ମନ୍ତ୍ର ଜପ କରି ନିଜ ନିଜର ଦାୟିତ୍ବ ନିର୍ବାହ କରୁଛନ୍ତି । ଯଜ୍ଞ ପରିଚାଳନାରେ ମେଳା କମିଟିର ସଦସ୍ୟ ଗିରିଶ ଚନ୍ଦ୍ର ନାୟକ, ମାତୃପ୍ରସାଦ ରଥ, ଶଙ୍କର ଦାସ, ଡିଗ୍ରୀଧର ସାହୁ ଦାୟିତ୍ବ ତୁଲାଉଛନ୍ତି ।

ବୈଶାଖ ମେଳାର ପ୍ରଥମ ଦିନରେ ଯଜ୍ଞ ପୀଠରେ ରୀତି ନୀତି ସହ ପୂଜା ପାଠ ହୋମ, ଆଳତୀ କରାଯାଇ ବିଶ୍ଵର ଶାନ୍ତି ଓ ମଙ୍ଗଳ ପାଇଁ ବିଶ୍ଵଶାନ୍ତି ମହାଯଜ୍ଞ ପୀଠରେ ପାଶ୍ବ ଦେବାଦେବୀଙ୍କୁ ଆବାହନ କରାଯାଇଛି । ଭୋର୍ ରୁ ମନ୍ଦିର ବାଳ ବ୍ରହ୍ମଚାରୀ ପଣ୍ଡିତ ମାନେ ନୃସିଂହନାଥ ମହାପ୍ରଭୁଙ୍କୁ ଯଥା ରୀତି ପୂଜାର୍ଚ୍ଚନା କରି ହଜାର ହଜାର ଭକ୍ତ ଲମ୍ବା ଧାଡ଼ି ରେ ଛିଡ଼ା ହୋଇଥିବାରୁ ତାଙ୍କ ଦର୍ଶନ କରାଉଛନ୍ତି । ବୈଶାଖ ମେଳା କମିଟିର ସଭ୍ୟ ମାନେ ନିଜ ନିଜର ଦାୟିତ୍ବ ତୁଳାଉଥିବା ବେଳେ ପୋଲିସ ବିଭାଗ, ପାନୀୟ ଜଳ ଯୋଗାଣ ବିଭାଗ, ବିଦ୍ୟୁତ୍ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ଦମକଳ ବିଭାଗୀୟ କର୍ମଚାରୀ ମାନେ ନିଜ ନିଜର ଦାୟିତ୍ବ ତୁଲାଉଛନ୍ତି। ଶହଶ୍ରାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ମାନେ ନିଜ ନିଜର ପରିବାର ସହ ଭଗବାନ ମାର୍ଯାର କେଶରୀ ଙ୍କ ଠାରେ ଦର୍ଶନ କରି ଆଶୀର୍ବାଦ ଭିକ୍ଷା ଲଭିଛନ୍ତି ।

error: Content is protected !!