
ପଦ୍ମପୁର-ପଦ୍ମପୁର ଉପଖଣ୍ଡ ହେଉଛି ଛତିଶଗଡ ଓ ଓଡିଶା ସିମାବର୍ତ୍ତୀ ଅଞ୍ଚଳ । ତେବେ ଅଞ୍ଚଳରେ ଧିରେ ଧିରେ ଜନସଂଖ୍ୟା ବଢିବା ସହିତ ଲୋକଙ୍କ ବିଭିର୍ଣ୍ଣ ସାମଗ୍ରୀର ଚାହିଦା ମଧ୍ୟ ବଢୁଛି ଏବଂ ଏନେଇ ଧିରେ ଧିରେ ବେଆଇନ ଅନୁପ୍ରବେଶକାରୀ ମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଗତ କିଛି ଦିନ ଭିତରେ ପଦ୍ମପୁରର ବିଭିର୍ଣ୍ଣ ଗୃହ ନିର୍ମାଣ,ସାଜ ସଜ୍ୟା ଆଦି କାର୍ଯ୍ୟ ପାଇଁ ଶ୍ରମିକ ଅଭାବ ଦେଖିବାକୁ ମିଳୁଥିବା ବେଳେ ସେହି ସ୍ଥାନ ର ଜାଗା ପୁରଣ ବାହାନାରେ ଦେଖିବାକୁ ମିଳୁଛି ବେଆଇନ ଅନୁପ୍ରବେଶକାରୀଙ୍କ ସଂଖ୍ୟା।

ତେବେ ଦେଶ ସହ ପଦ୍ମପୁର ଅଞ୍ଚଳର ସାମାଜିକ, ଆର୍ଥିକ ଏବଂ ସୁରକ୍ଷା ସହ ଆଇନ ଗତ ବ୍ୟବସ୍ଥା ପ୍ରତି ଏହା ବିପଦ ପୁର୍ଣ ବୋଲି ମନେ କରି ପଦ୍ମପୁର ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ତରଫରୁ ପଦ୍ମପୁର ଉପ-ଜିଲ୍ଲାପାଳ ଶ୍ରୀମତୀ ସ୍ନେହା ଅରୁଗୁଳା ଓ ଥାନା ଅଧିକାରୀ ଶ୍ରୀମତୀ ମମତା ନାଏକଙ୍କୁ ଭେଟି ଅନୁପ୍ରବେଶକାରୀଙ୍କୁ ଚି଼ହ୍ନଟ କରିବା ସହ ତାଙ୍କର ଉଚିତ ପରିଚୟ ପତ୍ର ଯାଞ୍ଚକରୀ ବେଆଇନ ଅନୁପ୍ରବେଶକାରୀଙ୍କ ବିରରୁଦ୍ଧରେ ବିହିତ ପଦକ୍ଷେପ ନେବା ପାଇଁ ଦାବି ଜଣାଇଥିଲେ । ଦାବି ଦେବା ସମୟରେ ବିଶ୍ଵହିନ୍ଦୁ ପରିଷଦ ସଦସ୍ୟ ଶ୍ରୀମାନ ଜୟନାରାୟଣ ତ୍ରିପାଠୀ,ସୁରେଶ ରାମ ଚନ୍ଦାନି,ଶାନ୍ତାନୁ ପାଣିଗ୍ରାହୀ,ପୃଥ୍ଵୀରାଜ ସାହୁ, ଏଡଭୋକେଟ ଚିନ୍ମୟ ପଣ୍ଡା,ବଜରଙ୍ଗ ଦଳ ସଦସ୍ୟ ଅଙ୍କିତ ରାମଚନ୍ଦାନି, ଶୁଭମ ପଟ୍ଟନାୟକ,ଆଶିଷ ସାହୁ,ଏଡ଼ଭୋକେଟ ସୋମେଶ ମହାନ୍ତି,ସ୍ୱରୂପ କାନୁନଗୋ,ଦେବାଶିଷ ସାହୁ,ଜଗଦୀଶ ହାତୀ,ଅଜୁ ପଟ୍ଟନାୟକ ଉପସ୍ଥିତ ଥିଲେ ।



