ବରପାଲି-ବରପାଲି ଜଗବନ୍ଧୁଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶଙ୍କ ଜୟନ୍ତୀ ଅବସରରେ ସ୍ମୃତି କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି।ଗୁରୁବାର ପୂର୍ବାହ୍ନରେ କାଳଜୟୀ ପ୍ରତିଭା ସାହିତ୍ୟ ବନ୍ଧୁଙ୍କ ୮୪ତମ ଜନ୍ମ ଜୟନ୍ତୀ ଆୟୋଜନ ସମ୍ପର୍କିତ ବିଶୃତ ଆଲୋଚନା କରାଯାଇଥିଲା। କମିଟିସମ୍ପାଦକ ଯତୀନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ୱରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା । ଉତ୍ସବ ଅବସରରେ ପ୍ରସନ୍ନ ମିଶ୍ର ଭାଷା ସାହିତ୍ୟ ପ୍ରଚାରକ ଓ ସମାଜସେବୀ ଅନ୍ତର୍ଯ୍ୟାମୀ ପଣ୍ଡା ଦ୍ବୟଙ୍କୁ ‘ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶ ସ୍ମୃତି ସମ୍ମାନ ୨୦୨୫’ ପ୍ରଦାନ ନିମନ୍ତେ ସିଦ୍ଧାନ୍ତ ନିଆଯାଇଥିଲା । ସେହିପରି ବ୍ଲକ ସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସର୍ବୋଚ୍ଚ ନମ୍ବର ରଖୁଥିବା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ରାଜଶ୍ରୀ ସାହୁ, ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଛାତ୍ରୀ ଆଦ୍ୟାସା ଅଲିଭା ରାୟ,ସ୍ନାତକ ଶ୍ରେଣୀ ଛାତ୍ରୀ ଅର୍ଚ୍ଚନା ସାହୁଙ୍କୁ ପୁରସ୍କୃତ କରାବାକୁ ଧାର୍ଯ୍ୟ କରାଯାଇଥିଲା। ଏହି ପରିପେକ୍ଷିରେ କମିଟି ପକ୍ଷରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ସହ ରକ୍ତଦାନ ଶିବିର ଆୟୋଜନ କରିବାକୁ ସ୍ଥିରୀକୃତ ହୋଇଥିଲା।



