ରାଇରଙ୍ଗପୁର(ଶ୍ଯାମଳେନ୍ଦୁ ପରିଡା)-ରାଇରଙ୍ଗପୁର ସ୍ଥିତ ଅନୁସୂଚିତ ଜାତି ଓ ଜନ ଜାତି ଉନ୍ନୟନ ବିଭାଗ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବାମନଘାଟି ଉପଖଣ୍ଡ ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନ ଭା.ପ୍ର.ସେ. ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵlବଧାନରେ କାର୍ଯ୍ୟ ନିର୍ବାହ ପନ୍ଥା ବା ବୃତ୍ତି ପରାମର୍ଶ ସମ୍ପର୍କିତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.କାର୍ଯ୍ୟକ୍ରମ ର ପ୍ରଥମ ଅଧିବେଶନ ରେ ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରାଇରଙ୍ଗପୁର ଆଇ ଟି ଡି ଏ ର ପି ଏ ଶ୍ରୀଯୁକ୍ତ ପରୀକ୍ଷିତ ଦାଶ ଓ ଡେପୁଟି କଲେକଟର ଶ୍ରୀଯୁକ୍ତ ମନୋଜ କୁମାର ମହାନ୍ତ ଯୋଗ ଦେଇ ଅନ୍ୟାନ୍ୟ ପଦାଧିକାରୀ ମାନଙ୍କ ଉପସ୍ଥିତି ରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ।
କାର୍ଯ୍ୟକ୍ରମ କୁ ଉଦଘାଟନ କରି ମୁଖ୍ୟ ଅତିଥି ତା’ଙ୍କ ଅଭିଭାଷଣ ରେ କହିଥିଲେ ଯେ ପ୍ରତ୍ୟେକ ମଣିଷ ଭିତରେ କିଛି ନା କିଛି ସ୍ୱତନ୍ତ୍ର ଗୁଣ ବା ପ୍ରତିଭା ଓ ଚିନ୍ତାଧାରା ରହିଛି। ମାତ୍ର ଉପଯୁକ୍ତ ପାରିପାର୍ଶ୍ଵିକ ପରିବେଶ, ଉଚିତ ମାର୍ଗଦର୍ଶନ ଓ ନିଜର ଇଛା ଶକ୍ତି ଓ ଆତ୍ମ ବିଶ୍ୱାସ ର ଅଭାବ ରେ ନିଜ ଭିତରେ ଥିବା ଗୁଣାବଳୀ କୁ ବିକଶିତ କରିବାରେ ଅସମର୍ଥ ହୋଇଥାଏ । ଆଜିର ଜଗତିକରଣ ସମୟରେ ବିଭିନ୍ନ କାର୍ଯ୍ୟ କ୍ଷେତ୍ରର ପରିଧି ବୃଦ୍ଧି ହେବା ସହିତ ବୃତ୍ତି ଚୟନ ର କ୍ଷେତ୍ର ମଧ୍ୟ୍ୟ ଅପରିସୀମା ହୋଇଛି । ତେଣୁ ଅଧ୍ୟୟନ ସମୟରୁ ନିଜ ଭିତରେ ଥିବା ବହୁମୁଖୀ ପ୍ରତିଭା କୁ ଉଚିତ ମାର୍ଗଦର୍ଶନ ଦ୍ୱାରା କଠିନ ପରିଶ୍ରମ କରି ନିଜ ଭିତରେ ଆତ୍ମ ବିଶ୍ୱାସ ସହିତ ଦକ୍ଷତା ବୃଦ୍ଧି କରି ଭବିଷ୍ୟତ ପାଇଁ ନିଜ ନିଜର କାର୍ଯ୍ୟ ନିର୍ବାହ ପନ୍ଥା ବା ବୃତ୍ତି ଚୟନ ଦିଗରେ ଦୃଢ଼ ନିଶ୍ଚିତ ହେବା ତଥା ନିଜ ଜୀବନ ର ଲକ୍ଷ୍ୟ ପୂରଣ ଏବଂ ସ୍ବପ୍ନ କୁ ସାକାର କରିବା ପାଇଁ ଏବେ ଠାରୁ ନିଜକୁ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ।
ଆଜିର ଏ କାର୍ଯ୍ୟକ୍ରମରେ ଯେଉଁ ପ୍ରତିଯୋଗୀତା ଆୟୋଜନ କରାଯାଉଛି ଏହାକୁ କେବଳ ପ୍ରତିଯୋଗିତା ଭାବେ ବିଚାର ନକରି ଏହା ଏକ ପ୍ରେରଣା ର ଉତ୍ସ ରୂପେ ଗ୍ରହଣ କରି ନିଜ ନିଜ ଭିତରେ ଥିବା ଜ୍ଞାନ ବିନିମୟ ଜରିଆରେ କିଛି ଜ୍ଞାନ ଆହୋରଣ କରି ଭବିଷ୍ୟତରେ ଲକ୍ଷ୍ୟ ପୂରଣ ପାଇଁ ଏହାକୁ ଉପଯୋଗ କରିବା ପାଇଁ ଉପଜିଲ୍ଲାପାଳ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ।ଏହି ଅବସରରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଇଂରାଜୀ ଓ ଓଡ଼ିଆ ରେ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଏବଂ ଚିତ୍ରାଙ୍କନ ଓ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ବାମନଘାଟି ଉପଖଣ୍ଡ ଅନ୍ତର୍ଗତ ୭ଟି ବ୍ଲକ ଓ ମ୍ୟୁନିସିପାଲଟି ର ସମସ୍ତ ଉଚ୍ଚ ବିଦ୍ୟାଳୟ,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟ ର ମୋଟ ୨୮୮ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।
ଜାମଦା ବି ଡି ଓ ଶ୍ରୀ ଦେବାଶିଷ ପଣ୍ଡା ଓ ରାଇରଙ୍ଗପୁର ବି ଡି ଓ ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା କୁଇଜ ପ୍ରତିଯୋଗିତା କୁ ଆକାର୍ଷଣୀୟ ଢଙ୍ଗରେ ପରିଚାଳନା କରିଥିଲେ କାର୍ଯ୍ୟକ୍ରମର ଦ୍ଵିତୀୟ ଅଧିବେଶନ ପୁରସ୍କାର ବିତରଣ ଉତ୍ସବ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁରର ମାନ୍ୟବର ବିଧାୟକ ଶ୍ରୀ ଜଲେନ ନାଏକ ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ଆଶିଷ ବସନ୍ତିଆ ଯୋଗ ଦେଇ କ୍ୟାରୀୟର କାଉଁସିଲିଂ ସମ୍ଭନ୍ଧ ରେ ପ୍ରେରଣା ଦାୟୀ ଶବ୍ଦ କହି ପ୍ରତିଯୋଗୀ ଓ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ।
ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବାମନଘାଟି ଉପଖଣ୍ଡ ଅନ୍ତର୍ଗତ ୭ଟି ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ତହସିଲଦାର,ବିଡିଓ,ବି ଇ ଓ, ଏ ବି ଇ ଓ, ଅତିରିକ୍ତ ମଙ୍ଗଳ ଅଧିକାରୀ ଶ୍ରୀ କମଳା କାନ୍ତ ସ୍ୱାଇଁ , ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ଓ ଅନ୍ୟାନ୍ୟ ପଦାଧିକାରୀ ଙ୍କ ସମେତ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ପରିଚାଳନା ରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟlଳୟ ର କର୍ମଚାରୀ ଓ ରାଇରଙ୍ଗପୁର ଏସ ଏସ ଡି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ। ଏସ ଏସ ଡି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ର ଶିକ୍ଷୟତ୍ରୀ ସରସ୍ବତୀ ମାହାଲା ଓ ସୁସ୍ମିତା ମହାନ୍ତ ମଞ୍ଚ ପରିଚାଳନା କରିଥିଲେ I