Saturday, March 7, 2026
Homeରାଜ୍ୟବୁରୋମୁଣ୍ଡା ଉଚ୍ଚ ବିଦ୍ୟାଳୟରେ "ମାଁ ପାଇଁ ଗଛଟିଏ" ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ବୁରୋମୁଣ୍ଡା ଉଚ୍ଚ ବିଦ୍ୟାଳୟରେ “ମାଁ ପାଇଁ ଗଛଟିଏ” ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଗାଇସିଲାଟ-ବୁରୋମୁଣ୍ଡାସ୍ଥିତ ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ଡ. ପ୍ରେମାନନ୍ଦ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ “ମାଁ ପାଇଁ ଗଛଟିଏ” ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟସ୍ତରୀୟ ବକୃତା, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ଖେଳପଡ଼ିଆକୁ ସମସ୍ତ ଛାତ୍ରଛତ୍ରୀ, ଶିକ୍ଷକ, ଶିକ୍ଷା କର୍ମଚାରୀ ଓ ପ୍ରଧାନ ଶିକ୍ଷକ ଏକ ଶୋଭାଯାତ୍ରାରେ ଯାଇ ୧୫୦ଟି ଆମ୍ବଗଛ ରୋପଣ କରିଥିଲେ । ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ମଣିଷର ଜୀବନରେ ବୃକ୍ଷର ଭୂମିକା ଓ ଉପକାରିତା ବିଷୟରେ ଆଲୋଚନା କରିଥିଲେ । ଶିକ୍ଷକ ଅର୍ଜୁନ ତାଣ୍ଡି ଆଜିଦିନର ଅନୁଭୂତି ବିଷୟରେ ବର୍ଣ୍ଣନା କରିଥିଲେ ।

ଶିକ୍ଷକ ପଞ୍ଚାନନ ମାଝୀ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଶିକ୍ଷକ ମୋହନ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ବଣ୍ଟନ କରାଯାଇଥିବା । ଶିକ୍ଷକ ସୁବଳ ଠାକୁର, ମନୋଜ କୁମାର ପାଢ଼ୀ, ରଜତ କୁମାର ଚୌହାନ, ପ୍ରଫୁଲ୍ଲ କୁମାର ସାଗର ଏବଂ ଶିକ୍ଷୟିତ୍ରୀ ନିବେଦିତା ପାଣିଗ୍ରାହୀ, ମୋନାଲିସା ଠାକୁର, ମାମି ପଧାନ, ସ୍ଵପ୍ନାରାଣୀ ଭୋଇ, ସସ୍ମିତା ସାହୁ , କନିଷ୍ଠ ସହାୟକ ବୈଲୋଚନ ସେଠ ଏବଂ ରାତ୍ର ଜଗୁଆଳୀ ଭୋଳାନାଥ ଛତର ସହାୟତା କରିଥିଲେ । ଆସନ୍ତା ବାର୍ଷିକ ଉତ୍ସବରେ ଗଛର ସଠିକ ଯତ୍ନ ନେଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ତିନୋଟି ପୁରସ୍କାର ଦିଆଯିବ ବୋଲି ପ୍ରଧାନ ଶିକ୍ଷକ ଡ. ବେହେରା ଘୋଷଣା କରିଥିଲେ ।

error: Content is protected !!