ଗାଇସିଲାଟ – ଗାଇସିଲାଟ ବ୍ଲକ ଅନ୍ତର୍ଗତ ବୁରୋମୁଣ୍ଡା ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ଡକ୍ଟର ପ୍ରେମାନନ୍ଦ ବେହେରାଙ୍କ ସଭାପତିତ୍ବରେ ଅଭିଭାବକ, ଅଭିଭାବିକା, ଶିକ୍ଷକ, ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ଚତୁର୍ଥ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅଧିକାଂଶ ଅଭିଭାବକ ଓ ଅଭିଭାବିକା ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶିକ୍ଷକ ପଞ୍ଚାନନ ମାଝୀ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ସଭାରେ ପରିଚାଳନା କମିଟିର ଚେୟାରମେନ ଆଶୁତୋଷ ସାହୁ ଓ ଶିକ୍ଷକ ମୋହନ ପଧାନ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ ।
ଗତ ଡିସେମ୍ବର ୩୧ ତାରିଖରେ ପୁରୀଠାରେ ସମ୍ମାନଜନକ ଡକ୍ଟରେଟ ଉପାଧି ପାଇଥିବା ପ୍ରଧାନ ଶିକ୍ଷକ ଶ୍ରୀ ବେହେରାଙ୍କୁ ବିଦ୍ୟାଳୟ ପରିଚାଳନା କମିଟି ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ଶିକ୍ଷୟିତ୍ରୀ ନିବେଦିତା ପାଣିଗ୍ରାହୀ, ମୋନାଲିସା ଠାକୁର, ନିହାରୀକା ଯୋଶୀ, ମାମି ପଧାନ, ସ୍ବପ୍ନାରାଣୀ ଭୋଇ ଓ ସସ୍ମିତା ସାହୁ ଏବଂ ଶିକ୍ଷକ ଅର୍ଜୁନ ତାଣ୍ଡି, ସୁବଳ ଠାକୁର, ରାମ କୁମାର ପଟେଲ, ତିଲୋତ୍ତମ ବିଶି, ମନୋଜ କୁମାର ପାଢୀ, ପ୍ରଫୁଲ୍ଲ କୁମାର ସାଗର ଓ ରଜତ କୁମାର ଚୌହାନ, କନିଷ୍ଠ ସହାୟକ ବୈଲୋଚନ ସେଠ କାର୍ଯ୍ୟକ୍ରମରେ ସହାୟତା କରିଥିଲେ ।
ବିଦ୍ୟାଳୟ ପରିଚାଳନା କମିଟିର ପରିଚାଳନା କମିଟିର ଉପାଧ୍ୟକ୍ଷା ଅମ୍ବିକା ପାଣ୍ଡେ, ସଭ୍ୟ ସୁନ୍ଦରମଣି ଦାଶ, ହେମନ୍ତ କୁମାର ଗଡ଼ତିଆ, ଉଦ୍ଧବ ପାଣ୍ଡେ, ମୁରାରୀ ବେହେରା, ଗୋପାଲ ଧୂବଲ, ସଭ୍ୟା ପ୍ରତିମା ଝାଙ୍କର, ଶେଶାନ୍ତି ଭୋଇ, ଯାଜ୍ଞସେନୀ ଛତର, ଗୋଲାପୀ ବରିହା, ଅନୁରା ବାଗ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ସଂସ୍କୃତ ଶିକ୍ଷକ ତିଲୋତ୍ତମ ବିଶି ଧନ୍ୟବାଦ ଅର୍ପଣ କରିଥିଲେ।