Saturday, March 7, 2026
Homeରାଜ୍ୟବୁଗୁଡ଼ାରେ ପଞ୍ଚଠାକୁରାଣୀ ଯାତ୍ରା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ ।

ବୁଗୁଡ଼ାରେ ପଞ୍ଚଠାକୁରାଣୀ ଯାତ୍ରା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ ।

ବୁଗୁଡା(ସୋରେନ କୁମାର ପ୍ରଧାନ)– ଚବର୍ଷ ଆଗାମୀ ଏପ୍ରିଲ ୨୫ରୁ ମେ ୧୧ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ସପ୍ତଦଶ ଦିବସୀୟ ପଞ୍ଚଠାକୁରାଣୀ ଯାତ୍ରା ଉପଲକ୍ଷେ ବୁଗୁଡା ବଡଦାଣ୍ଡରେ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ଯକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ମହାଶିବରାତ୍ରୀ ଅବସରରେ ସ୍ଥାନୀୟ ବିରଞ୍ଚି ନାରାୟଣ ଏବଂ ବଳଦେବ ସ୍ବାମୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ସହ ଶୁଭଖୁଣ୍ଟିକୁ ବାଦ୍ୟ ବାଜଣାରେ ନଗର ପରିକ୍ରମା ପରେ ବଡଦାଣ୍ଡରେ ପଞ୍ଚଠାକୁରାଣୀଙ୍କ ପ୍ରସ୍ଥାବିତ ଅସ୍ଥାୟୀ ମଣ୍ଡପ ନିକଟରେ ଯଥାବିଧି ପୂଜାପାଠ ପୂର୍ବକ ସ୍ଥାପନ କରାଯାଇଥିଲା।

ଏହି ଶୁଭଖୁଣ୍ଟି ସ୍ଥାପନ କାଳରେ ପୁରୋହିତ ନାରାୟଣ ଦାଶ ଓ ବିଭୁତି ଭୂଷଣ ତ୍ରିପାଠୀଙ୍କ ଦ୍ଵାରା ଯଥା ରୀତିନୀତି ପ୍ରକାରେ ପୂଜନ କାର୍ଯ୍ୟ ସମ୍ପାଦିତ ହୋଇଥିଲା ବେଳେ ପଞ୍ଚଠାକୁରାଣୀ ଯାତ୍ରା କମିଟି ସଭାପତି ତଥା ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କର୍ତ୍ତା ଦାୟିତ୍ବ ନିର୍ବାହ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚଠାକୁରାଣୀ ଯାତ୍ରା କମିଟିର କର୍ମକର୍ତ୍ତାଗଣ , ଉପଦେଷ୍ଟା ମଣ୍ଡଳୀ ଏବଂ ଗ୍ରାମବାସୀବୃନ୍ଦ ଉପସ୍ଥିତ ରହିଥିଲେ।

error: Content is protected !!