Friday, November 22, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବୀମା କମ୍ପାନୀର ଟାଳଟୁଳ ନୀତି ବିରୁଦ୍ଧରେ ମେଲି ବାନ୍ଧୁଛନ୍ତି କୃଷକ ସଙ୍ଗଠନ।

ବୀମା କମ୍ପାନୀର ଟାଳଟୁଳ ନୀତି ବିରୁଦ୍ଧରେ ମେଲି ବାନ୍ଧୁଛନ୍ତି କୃଷକ ସଙ୍ଗଠନ।

ବରପାଲି-ବରପାଲି ଠାରେ ସଂଯୁକ୍ତ କୃଷକ ସଂଗଠନ ଶାଖା ଆଞ୍ଚଳିକ କୃଷକ ସଂଗଠନ ବରପାଲି ର  ହାଇସ୍କୁଲ ପଡିଆ ଠାରେ କାରଣ ସାହୁ ଙ୍କ ନେତୃତ୍ୱ ରେ ବୈଠକ ବସିଥିଲା। କୃଷି ଓ କୃଷକ ମାନଙ୍କ ସମସ୍ୟା ସମ୍ବନ୍ଧରେ ଅନେକ ଆଲୋଚନା ହୋଇଥିଲା। ବୈଠକ ରେ ବିଭିନ୍ନ ଗ୍ରାମର ଶତାଧିକ କର୍ମୀ ଉପସ୍ଥିତ ରହି ସାର, ରୋଗ, ଫସଲ ବୀମା ଏବଂ ଇନପୁଟ ସବସିଟି, ଧାନ ବିକ୍ରି, ଧାନ କାର୍ଡ ପ୍ରସଙ୍ଗ ରେ କର୍ମୀ ମାନେ ମତାମତ ପ୍ରକାଶ କରିଥିଲେ । ଚଳିତ ବର୍ଷ ନିର୍ବାଚନ ବର୍ଷ ହେବା ସତ୍ପେ କୌଣସି ରାଜନୈତିକ ଦଳ କୃଷକ ମାନଙ୍କ ପାଇଁ ବିଶେଷ ଉତ୍ସାହ ଦେଖାଉନାହାନ୍ତି ବୋଲି ଚର୍ଚ୍ଚା କରାଯାଇଥିଲା। ଗତ ଖରିଫ ଋତୁରେ ମିଗ ଜୋମ ଜନିତ କ୍ଷତି ପୂରଣ ନ ମିଳିବା ଅତି ଦୁର୍ଭାଗ୍ୟ ଜନକ ଅଟେ। ଫସଲ ବୀମା କମ୍ପାନୀ ବାରମ୍ବାର ସମୟ ପରେ ସମୟ ଦେଇ ଚାଲିଛି ଯଦି ମଙ୍ଗଳବାର ଦିନ ଦାବୀପାତ୍ର ଦେବା ପାଇଁ ନିଷ୍ପତ୍ତି ହୋଇଛି ଏବଂ ତୁରନ୍ତ ଫସଲ ବୀମା କ୍ଷତିପୂରଣ ନ ମିଳିଲେ ବରପାଲି ବ୍ଲକରେ ବିରାଟ ଧରଣର ଆନ୍ଦୋଳନ କରାଯିବ ପାଇଁ ମିଟିଙ୍ଗ ରେ ନିଷ୍ପତ୍ତି ନିଆଯାଇଛି। ବରପାଲି ରେ ଚାଷୀ ମାନେ କମ୍ପାନୀ ବିରୋଧ ରେ ଥାନା ରେ ଏତେଲା ମଧ୍ୟ ଦେଇଛନ୍ତି। ବ୍ଲକ ରେ ମିଗ ଜୋମ ଜନିତ ଫସଲ ନଷ୍ଟ ଇନପୁଟ ବାବଦ କୁ ରାଜସ୍ବ ଏବଂ କୃଷି ବିଭାଗ ତରଫରୁ ଜଳସେଚିତ 5521 ଏବଂ ଅଣ ଜଳସେଚିତ 2440 ହେକ୍ଟର ବାବଦ କୁ ମୋଟ 12 କୋଟି ଟଙ୍କା କ୍ଷତିପୂରଣ ଚାଷୀ ମାନେ ପାଇବର ଥିଲା ହେଲେ ଏପର୍ୟନ୍ତ କୌଣସି ଚାଷୀଙ୍କୁ କ୍ଷତିପୂରଣ ମିଳିନାହିଁ ସେଥିପାଇଁ ଚାଷୀଙ୍କ ଅସନ୍ତୋଷ ସଭାରେ ପରିଲକ୍ଷିତ ହୋଇଥିଲା। ସଭାରେ ଧନପତି ପଧାନ, ପବିତ୍ର ବାଘ, ବିକାଶ ଦାସ, ସୁରେଶ ବିଶି, କମଲେଶ ଭୋଇ, ଡାଇରେକ୍ଟ ବେହେରା, ସୁରେଶ ବରିହା, ଶ୍ୟାମ ରାଉତ, ତପନ ମିଶ୍ର, ପ୍ରଫୁଲ୍ଲ ଭୋଇ, ଅମୀୟ ଗଡତିଆ, ଧିରେନ ପଧାନ, ରାଧେଶ୍ୟାମ ନାୟକ, ଟିକେଶ୍ୱର ଦେହେରୀ, ସୁବାସ ପଧାନ, ଘନ ପଧାନ, ଧର୍ମେନ୍ଦ୍ର ଦେହେରୀ,ସୁବୋଧ ଦାସ,ଭୈରବ ପଧାନ,ରମେଶ ମହାପାତ୍ର, ବାବ୍ରୁ ସାହୁ, ପ୍ରଶାନ୍ତ ସାହୁ ଉପସ୍ଥିତ ଥିଲେ।

error: Content is protected !!