Sunday, November 24, 2024
spot_imgspot_imgspot_img
Homeରାଜ୍ୟବିଶ୍ରାମାଗାର ନାହିଁ ଡହଡହ ଖରା ରେ ସିଝୁଛନ୍ତି ଯାତ୍ରୀ ।

ବିଶ୍ରାମାଗାର ନାହିଁ ଡହଡହ ଖରା ରେ ସିଝୁଛନ୍ତି ଯାତ୍ରୀ ।

ପଦ୍ମପୁର -୪୨/୪୫ ଡିଗ୍ରୀ ତାପମାତ୍ରା ରେ ବସ୍ କୁ ଅପେକ୍ଷା କରି ଛିଡା ହେଉଛନ୍ତି ଯାତ୍ରୀ ।କୋଉଠି ବି ମୁଣ୍ଡ ଗୁଞୀବାକୁ ଆଶ୍ରା ନାହିଁ ।ଏହା ହେଉଛି ପଦ୍ମପୁର ମୂଖ୍ୟ ଛକ ବୋଲାଉଥିବା ଭେଉଁରିଆ ଛକ ର ଅବସ୍ଥା ।ଏହି ଛକ ରୁ ହିଁ ବଲାଙ୍ଗୀର, ବରଗଡ, ନୂଆପଡା, ଛତିଶଗଡ଼ କୁ ବସ ଚଳାଚଳ କରିଥାଏ ।ବିଜୁ ଏକ୍ସପ୍ରେସ ୱ ନିର୍ମାଣ ପରେ ଲୋକଙ୍କ ଆଶା ଥିଲା ଏଠାରେ ବିଶ୍ରାମା ଗାର ନିର୍ମାଣ ହେବ ।ମାତ୍ର ଏହି ନୂତନ ରାସ୍ତା ସଂପ୍ରସାରଣ ପାଇଁ ଏଠାରେ ଯାତ୍ରୀ ଙ୍କୁ ଛାୟା ପ୍ରଦାନ କରୁଥିବା ବଡ଼ ବଡ ବୃକ୍ଷ କୁ କାଟି ଦେଲେ । ପରେ ଝୋଝୋ ବର୍ଷା ହେଉ କି ଢୋଢୋ ଖରା ହେଉ ବୁଢା ଠାରୁ ଶିଶୁ ପର୍ଯ୍ୟନ୍ତ ଯାତ୍ରୀ ମାନେ ଛିଡା ହେବାକୁ ବାଧ୍ୟ ହେଉଛନ୍ତି । ପୂର୍ତ୍ତ ବିଭାଗ ରାଜପଥ ନିର୍ମାଣ କରି ନିଜର କର୍ତ୍ତବ୍ୟ ସାରିଦେଇଥିବା ବେଳେ ବୃକ୍ଷ ରୋପଣ କିମ୍ବା ଅପେକ୍ଷା ରତ ଯାତ୍ରୀ ପାଇଁ କୌଣସି ପ୍ରକାର ବ୍ୟବସ୍ଥା ନ କରିବା ଦୁଃଖ ର ବିଷୟ ବୋଲି ସାଧାରଣ ରେ ମତ ପ୍ରକାଶ ପାଏ ।

error: Content is protected !!