Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବିଶ୍ବ ରକ୍ତଶିକୁଳି ଦିବସରେ ରକ୍ତହୀନତା ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

ବିଶ୍ବ ରକ୍ତଶିକୁଳି ଦିବସରେ ରକ୍ତହୀନତା ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜ ସମ୍ମିଳନୀ କକ୍ଷଠାରେ ବିଶ୍ବ ରକ୍ତଶିକୁଳି ଦିବସ ପାଳିତ ହୋଇଯାଇଅଛି। କଲେଜ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଶ୍ରୀ ବିନୟ କୁମାର ନାୟକ, ଶ୍ରୀ ପ୍ରଦୀପ କୁମାର ପଣ୍ଡା, ଶ୍ରୀ ଶିଶିର କୁମାର ସାହୁ , ଅଧ୍ୟାପିକା କାଦମ୍ବିନୀ ଗୁରୁ ଯୋଗ ଦେଇ ରକ୍ତଶିକୁଳି ରୋଗର କାରଣ , ନିରାକରଣ ଓ ଏହାର ସଚେତନତା ଉପରେ ଆଲୋକପାତ କରିଥିଲେ ।

ଶେଷରେ ଏନ.ଏସ.ଏସ ଅଧିକାରୀ ଗଣେଶ ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ କଲେଜ କର୍ମଚାରୀ , ଛାତ୍ରଛାତ୍ରୀ ଉପସ୍ଥିତ ଥିବାବେଳେ ଏନ.ସି.ସି. ଏନ.ଏସ.ଏସ. ଓ୍ବା ଆର.ସିର ଅଧିକାରୀ ବୃନ୍ଦ ସହଯୋଗ କରିଥିଲେ । ଏହି ଅଭିଯାନ ଜୁଲାଇ ତିନି ତାରିଖ ପର୍ଯ୍ୟନ୍ତ ଚାଲୁରହିବ।

error: Content is protected !!