Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବିଶ୍ବ ବନ ଦିବସ ପାଳିତ ।

ବିଶ୍ବ ବନ ଦିବସ ପାଳିତ ।

ରାଇରଙ୍ଗପୁର – ଆଜି ବିଶ୍ବ ବନ ଦିବସ | ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା | ବନ ଆମ ଜୀବନର ଅମୂଲ୍ୟ ନିଧି | ଏହା ଆମ ପରିବେଶର ସୁରକ୍ଷା କରିବା ସହିତ ଆର୍ଥିକ, ସାମାଜିକ, ଔଦ୍ୟୋଗିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ | ଜାତିସଂଘ ଆନୁକୂଲ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୨୧ରେ ପାଳିତ ହେଉଛି ବିଶ୍ବ ବନ ଦିବସ | ବନ ସଂରକ୍ଷଣ ପ୍ରତି ସଚେତନତା ସୃଷ୍ଟି କରିବା ତଥା ଆଗାମୀ ପିଢିକୁ ଜଙ୍ଗଲ ସୁରକ୍ଷା ବିଷୟରେ ଅବଗତ କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ | ଏହି ପରିପ୍ରେକ୍ଷୀରେ ଆଜି ରାଇରଙ୍ଗପୁର ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ବ ବନ ଦିବସ ପାଳିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଏ ସି ଏଫ୍ ପ୍ରଭାକର ମଲ୍ଲିକ, ସମ୍ମାନିତ ଅତିଥି ଭାବେ ଏଫ୍ ଆର୍ ଓ ଜ୍ୟୋତିରଂଜନ ସେନାପତି ଓ ଫରେଷ୍ଟର ବିପିନ ଚନ୍ଦ୍ର ବେହେରା ଯୋଗ ଦେଇ ବିଶ୍ବ ବନ ଦିବସ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ | ଉକ୍ତ ବୈଠକରେ ଫରେଷ୍ଟର କାଶିନାଥ ହାଁସଦାଃ, ମେନକା ନାୟକ, ଯଶୋବନ୍ତ ମହାକୁଡ, କରନ କିସ୍କୁ, ଆଲୋକ କୁମାର ସେଠୀ, ରଂଜୀତା ମହାନ୍ତ, ପଦ୍ମାବତୀ ମହାନ୍ତ, ଫରେଷ୍ଟ ଗାର୍ଡ ଦୁଷ୍ମନ୍ତ ଦାସ, ସୁଭଦ୍ରା ପାତ୍ର, ଓଏଫ୍ଏସଡିପି ଦ୍ବିତୀୟ କୋଡିନେଟର ଶୁଭ୍ରାଂଶୁ ନାଏକ, ଆଶିଷ ମହାନ୍ତ, ଓଏଫ୍ଏସଡିପି ଦ୍ବିତୀୟ ଏକାଉଟେଣ୍ଟ୍ ଅର୍ଚ୍ଚନା ସାହୁ, ଓଏଫ୍ଏସଡିପି ଦ୍ବିତୀୟ ହୃଦାନନ୍ଦ ମହାନ୍ତ ତଥା ଅନ୍ୟମାନେ ଉପସ୍ଥିତ ଥିଲେ |

error: Content is protected !!