Tuesday, February 4, 2025
spot_imgspot_imgspot_img
Homeରାଜ୍ୟବିଶ୍ବ କର୍କଟ ଦିବସ ଅବସରରେ ପଦଯାତ୍ରା:ଯୋଗଦେଲେ ବିଧାୟକ ।

ବିଶ୍ବ କର୍କଟ ଦିବସ ଅବସରରେ ପଦଯାତ୍ରା:ଯୋଗଦେଲେ ବିଧାୟକ ।

ଅତାବିରା(ସୁରେନ୍ଦ୍ର କଠାର)-ବିଶ୍ବ କର୍କଟ ଦିବସ ଅବସରରେ ବରଗଡ ଫାଇଟର ଗ୍ରୁଫ ଆୟୋଜନରେ ଓ ଜାବ୍ ଅତାବିରା ଶାଖାର ସହଯୋଗରେ ସକାଳ ୯ଟାରୁ କେନସର ସଚେତନତା ପଦଯାତ୍ରା ଆୟୋଜିତ ହୋଇଯାଇଛି । ଏହି ପଦଯାତ୍ରାଟି ଅଗ୍ରସେନ ଭବନରୁ ବାହାରି ଦୁର୍ଗା ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ଏହି କ୍ୟାନସର ସଚେତନତା ରାଲିରେ ମୁଖ୍ୟ ଅତିଥି ଭାବେ ଅତାବିରା ବିଧାୟକ ନିହାର ରଂଜନ ମହାନନ୍ଦ ଯୋଗଦେଇ ସବୁଜ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସଂଘର ସଭାପତି ବେଣୁଧର ମିଶ୍ର,ଅବସରପ୍ରାପ୍ତ ସୈନିକ ସଂଘର ସଭାପତି ଅରୁଣ ବାରିକ,ବଣିକ ସଂଘର ସଭାପତି ବୃନ୍ଦାବନ ମିଶ୍ର,ଅତାବିରା କଲେଜର ଅଧ୍ୟକ୍ଷ ଅଶ୍ବିନୀ ପଧାନ ,ଓଡିଶା ରାଜ୍ୟ କୃଷକ ସଂଘଠନର ସଭାପତି ବୀରେନ୍ଦ୍ର କର , ଅରବିନ୍ଦ ସ୍କୁଲର ଅଧ୍ୟକ୍ଷ ଟିକେଲାଲ ଚାନ୍ଦ,ଆମ ସହର ଦାୟିତ୍ବ ଆମର ସଭାପତି ଶେଷଦେବ ନାଏକ,ଡ୍ରଗିଷ୍ଟ ଓ କେମିଷ୍ଠ ସଂଘର ଡାକ୍ତର ପ୍ରକାଶ ମିଶ୍ର,ଅତାବିରା ଗୋଷ୍ଠୀ ସ୍ବାସ୍ତ୍ୟ କେନ୍ଦ୍ରର ଡାକ୍ତର ଚିତ୍ତରଂଜନ ଜେନା ,

ମାରଓ୍ବାଡି ସମାଜର ଉମେଶ ଅଗ୍ରଓ୍ବାଲ,ଗୋଡଭଗା ଲାୟନ୍ସ କ୍ଲବ ,ସାମ୍ବାଦିକ ଯୁଧିଷ୍ଠିର ମହାପାତ୍ର,ସୁରେଶ ଦାସ,ଖିରୋଜ ନାୟକ,କୀର୍ତ୍ତନ ବିଶ୍ବାଲ,ନରେନ୍ଦ୍ର ଦାଶ,ସୁରେନ୍ଦ୍ର କଠାର, ନଗର ସଭାପତି ସତୀଶ ,ପୂର୍ବତନ ନଗର ସଭାପତି ସୁରେନ୍ଦ୍ର ସ୍ବାଇଁ,କୌଶିକ ମହାକୁର,ଅତାବିରା କଲେଜ,ଲାଦରପାଲି ଅରବିନ୍ଦ ସ୍କୁଲ ,ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ ପ୍ଲାଏ କାର୍ଡ ଧରି ସ୍ଲୋଗାନମାନ ଦେଇ ସଚେତନ କରିଥିଲେ । ଏହି ଅବସରରେ କ୍ୟାନସର ସଚେତନତା ଦସ୍ତଖତ ଅଭିଯାନ କରାଯାଇଥିଲା ।

error: Content is protected !!