Sunday, November 24, 2024
spot_imgspot_imgspot_img
Homeରାଜନୀତିବିରୋଧୀ ରାଜନୈତିକ ଉଦ୍ଦେଶ ନେଇ ପଦ୍ମପୁର ଜିଲ୍ଲା କରାଇ ଦେଲେ ନାହିଁ - ଭି.କେ ପାଣ୍ଡିଆନ।

ବିରୋଧୀ ରାଜନୈତିକ ଉଦ୍ଦେଶ ନେଇ ପଦ୍ମପୁର ଜିଲ୍ଲା କରାଇ ଦେଲେ ନାହିଁ – ଭି.କେ ପାଣ୍ଡିଆନ।

ପଦ୍ମପୁର ପ୍ରଚାର ମଇଦାନରେ ଷ୍ଟାର ପ୍ରଚାରକ ଭି.କେ ପାଣ୍ଡିଆନ: ଯୋଡି ଶଙ୍ଖରେ ଭୋଟ ଦେବାକୁ କଲେ ନିବେଦନ ।

ପଦ୍ମପୁର-ସାଧାରଣ ନିର୍ବାଚନ ପାଇଁ ପଦ୍ମପୁରରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଦଳୀୟ ପ୍ରଚାର କରିଛନ୍ତି ।ସ୍ଥାନୀୟ ଅଶୋକ ପଡିଆକୁ ୧୧ . ୨୫ଟାରେ ପାଣ୍ଡିଆନ ପହଞ୍ଚିବା ପରେ ଦଳ ତରଫରୁ ବିପୁଳ ସ୍ୱାଗତ କରାଯାଇଥିଲା ।ପରେ ମଞ୍ଚରେ ଲୋକମାନଙ୍କ ଠାରୁ ବିଭିନ୍ନ ଦାବି ପତ୍ର ଗ୍ରହଣ କରିବା ସହିତ ଫଟୋ ଉଠାଇଥିଲେ । ନିର୍ବାଚନୀ ସଭାରେ ଉଦବୋଧନ ଦେଇ ପାଣ୍ଡିଆନ ବିରୋଧୀ ଦଳ ଭାଜପାକୁ ସମାଲୋଚନା କରିଥିଲେ । ମନ୍ଦିର ଗୁଡିକର ରୂପାନ୍ତରୀକରଣ, ସ୍କୁଲ କଲେଜର ବିକାଶରେ ବିରୋଧୀ ଅସହିଷ୍ଣୁ ହୋଇ ପଡିଛନ୍ତି।ସ୍ୱତନ୍ତ୍ର ଜିଲ୍ଲା ଗଠନ ପାଇଁ ଜମି ଅକ୍ତିଆର ପ୍ରକ୍ରିୟା ଆରମ୍ଭ ହୋଇଥିଲା।ଜଣେ ଆଇଏଏସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ମାତ୍ର ବିରୋଧୀ ଏଥିରେ ଖପ୍ପା ହୋଇ ହାଇକୋର୍ଟରେ ଏକ କେଶ ଜିଲ୍ଲା ଗଠନ ପ୍ରକ୍ରିୟା କୁ ଅଟକାଇ ଦେଲେ ବୋଲି କହିଥିଲେ ।

ମୁଖ୍ୟମନ୍ତ୍ରୀ ଯାହା କାମ କରନ୍ତି, ତାର ହିସାବ ଦିଅନ୍ତି ବୋଲି କହିବା ସହ ସେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ୫୮ ଗୋଟି ପଞ୍ଚାୟତକୁ ଉନ୍ନୟନ ମୂଳକ କାମ ପାଇଁ ୬୦ କୋଟି ଟଙ୍କା ପ୍ରଦାନ ସହିତ ନୃସିଂହନାଥ ମନ୍ଦିରର ରୂପାନ୍ତରୀକରଣ ପାଇଁ ୨୩ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି କହିଥିଲେ । ସେହିପରି ପାଇକମାଲ କୁ ଏନଏସି ଘୋଷଣା,ଡାକ୍ତରଖାନା କୁ ସିଏଚସି କରିବା, କେନ୍ଦୁପତ୍ର ରୁ ଜିଏସଟି କମ କରିବା ସହିତ ବୋନସ ପ୍ରଦାନ, ବିନା ପ୍ରିମିୟମ ରେ ଚାଷୀ ଙ୍କୁ ଫସଲ ବୀମା କରିବା, ପଦ୍ମପୁରକୁ ବିଜୁଏକ୍ସପ୍ରେସ ୱେରେ ଯୋଡିବା, ନକ୍ସଲ ସମସ୍ୟା ର ସମାଧାନ ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିବା ସହିତ ପଦ୍ମପୁର ରେଲ ଲାଇନ କୁଆଡେ ଗଲା ବୋଲିବିରୋଧୀଙ୍କୁ କଟାକ୍ଷ କରିଥିଲେ । ସଭାରେ ବରଗଡ଼ ସାଂସଦ ପ୍ରାର୍ଥିନୀ ପରିଣୀତା ମିଶ୍ର, ବିଧାୟିକା ପ୍ରାର୍ଥିନୀ ବର୍ଷା ସିଂ ବରିହା ଉଦବୋଧନ ଦେଇ ଅଞ୍ଚଳ ର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସଂପର୍କରେ କହିବା ସହିତ ନବୀନ ପଟ୍ଟନାୟକଙ୍କୁ ବିକାଶର ସାରଥୀ ବୋଲି କହିଥିଲେ ।

ଏହି ସଭାରେ ପାଇକମାଲ, ଝାରବନ୍ଧ, ଓ ପଦ୍ମପୁର ବ୍ଳକର ହଜାର ସଂଖ୍ୟାରେ ମହିଳା ପୁରୁଷ ଯୋଗଦେଇ ଥିଲେ ।ନିଜର ପ୍ରିୟ ବନ୍ଧୁ ମହେନ୍ଦ୍ର ବଢ଼େଇଙ୍କୁ ସେ ଭୁଲି ନ ଥିଲେ। ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦେବା ସହ ସେ ତାଙ୍କ ସମାଜ ପାଇଁ ଦେଇଥିବା ପ୍ରତିଶୃତିକୁ ନିଶ୍ଚୟ ପୂରଣ କରାଯିବ ବୋଲି ଘୋଷଣା କରିଥିଲେ।ବିକାଶ ପୁରୁଷ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ହେଲେ ଦୁଇ ଭଉଣୀ ବର୍ଷା ସିଂ ବରିହା ଓ ପରିଣୀତା ମିଶ୍ରଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ।

error: Content is protected !!