Wednesday, December 4, 2024
spot_imgspot_imgspot_img
Homeରାଜ୍ୟବିରେନ୍ଦ୍ର କୁମାର ମହାବିଦ୍ୟାଳୟରେ ବିଶ୍ଵ ଏଡ୍‌ସ ସଚେତନତା ଦିବସ ପାଳିତ ।

ବିରେନ୍ଦ୍ର କୁମାର ମହାବିଦ୍ୟାଳୟରେ ବିଶ୍ଵ ଏଡ୍‌ସ ସଚେତନତା ଦିବସ ପାଳିତ ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କଠଉମାଲ ବିରେନ୍ଦ୍ର କୁମାର ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଓ ରେଡ୍ ରିବନ୍ କ୍ଲବ ପକ୍ଷରୁ ବିଶ୍ଵ ଏଡ୍‌ସ ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷା ଭାବନା ସେଠଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଭାପତି ପ୍ରଣୟ କୁମାର ସାହୁ,ସମ୍ପାଦକ ଦେବେନ୍ଦ୍ର ଯୋଷୀ,ଯୁକ୍ତ ତିନି ରେଡକ୍ରସ କାଉନସେଲର ଧନେଶ୍ୱରୀ ବାରିକ,ମୋହନ ଦାଶ, ପରେଶ ପଟେଲ, ଅଲି ମହାପାତ୍ର, ଦସ୍ମିତା ମଲ୍ଲିକ ମଞ୍ଚାସୀନ ଥିଲେ ।

ମଞ୍ଚାସୀନ ଅତିଥି ମାନେ ଏଡ୍‌ସ ରୋଗର ଲକ୍ଷଣ ଓ ନିରାକରଣ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ରଙ୍ଗୋଲି,ପ୍ରବନ୍ଧ,ଚିତ୍ରାଙ୍କନ ଓ ବିତର୍କ ଭଳି ଅନେକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ଅଧ୍ୟାପକ ମୋହନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ଓ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶରେ ସଭା ସାଙ୍ଗ କରାଯାଇଥିଲା ।

error: Content is protected !!