Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବିବାହୋତ୍ସବର ୪୫ ବର୍ଷ ପୂର୍ତ୍ତି ଅବସର ରେ ଚାରା ରୋପଣ ।

ବିବାହୋତ୍ସବର ୪୫ ବର୍ଷ ପୂର୍ତ୍ତି ଅବସର ରେ ଚାରା ରୋପଣ ।

ପଦ୍ମପୁର – ବିବାହୋତ୍ସବର ୪୫ ତମ ବର୍ଷ ପୂର୍ତ୍ତି ଅବସର ରେ ସମାଜସେବୀ ନିରୋଜ ଦୋରା ଓ ତାଙ୍କ ଧର୍ମପତ୍ନୀ ସୁଷମା ଦୋରା କଂ ତରଫ ରୁ କଂସର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଚାରାବନଟନ ଓ ବୃକ୍ଷ ରୋପଣ ସଂପର୍କୀତ ଏକ ସଚେତନତାର କାର୍ଯ୍ୟକ୍ରମ ପ୍ରକୂତିବନଧୁ ମୀନକେତନ ସାହୁ କଂ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଘେଁସ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ: ଭକ୍ତପୂରନ ସାହୁ ,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଶେଷ ଦେବ ମେହେର, ଅବସରପ୍ରାପ୍ତ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପୂର୍ଣଚନ୍ଦ୍ର ପାଣିଗ୍ରାହୀ ,ଓ ବରିଷ୍ଠ ନାଗରିକ ଶ୍ରୀଯୁକ୍ତ ବାସୁଦେବ ଦୋରା ପ୍ରମୁଖ ଉପସ୍ଥିତ ହୋଇ ବୃକ୍ଷ ରୋପଣ ର ଆବଶ୍ୟକତା, ଉପକାରିତା ଏବଂ ସାଂପ୍ରତିକ ସିତି ରେ ଅଧିକ ରୁ ଅଧିକ ବୃକ୍ଷ ରୋପଣ କରିବା ପାଇଁ ସମସ୍ତ କୁଂ ଅନୁରୋଧ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ କଂସର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଂସର, ବାନ୍ଦୁପାଲି, ଗଡଭାଟି, ବନୁପାଲି, କୁଡାସିଅଂହା, ଗ୍ରାମ ର ସଂୟସହାୟିକା ଗୋଷ୍ଠୀର ସଦସ୍ଯା ,ତଥା କଂସର ଗ୍ରାମ ର ଜନସାଧାରଣଙ୍କ ସହିତ ଅନେକ ଲୋକ ଯୋଗ ଦେଇ ଥିଲେ। ସଭା ଶେଷ ରେ ସମସ୍ତ ସଦସ୍ଯା ମାନଙ୍କୁ ବିଭିନ୍ନ କିସମର ଚାରା ବଂଟନ କରାଯାଇ ତାର ଉପଯୁକ୍ତ ଯତ୍ନ ନେବା ପାଇଁ ଅନୁରୋଧ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମ ରେ କଂସର ଗ୍ରାମ ପଞ୍ଚାୟତ ର ନିର୍ବାହୀ ଅଧିକାରୀ ଯମୁନା ଝାକଂର, ପୁଷ୍ପା ବୁଡେକ ଏବଂ କୌଶଲ୍ୟା ମେହେର ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ରେ ସହଯୋଗ କରିଥିଲେ ।ସଭା ଶେଷ ରେ କଂସର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଆନନ୍ଦ ଚନ୍ଦ୍ର ବେହେରା ଉକ୍ତ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହିତ ସମସ୍ତ କୁଂ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ର ସଫଳତା ପାଇଁ ସମାଜସେବୀ ନିରୋଜ ଦୋରା ସମସ୍ତ କୁଂ କୃତଜ୍ଞତା ଜ୍ଞାପନ କରିଥିଲେ।

error: Content is protected !!