Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବିଧାୟକଙ୍କୁ ସୈାଜନ୍ୟ ମୂଳକ ସାକ୍ଷାତ କଲେ ବିଜେପୁର ବଣିକ ସଂଘ ।

ବିଧାୟକଙ୍କୁ ସୈାଜନ୍ୟ ମୂଳକ ସାକ୍ଷାତ କଲେ ବିଜେପୁର ବଣିକ ସଂଘ ।

ବିଜେପୁର-ଦିର୍ଘ ବର୍ଷର ବ୍ୟବଧାନ ପରେ ଖାସ କରି ବିଜେପୁରବାସୀ ନିଜ ପସନ୍ଦର ବିଧାୟକଙ୍କୁ ପାଇ ବେଶ ଗର୍ବ ଅନୁଭବ କରୁଛନ୍ତି। ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ବିଜେପୁର ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରାର୍ଥୀ ଭାବେ ବିଜେପୁରର ଜମିଦାର ଶ୍ରୀମାନ ସନତ କୁମାର ଗଡତୀୟା ,ବିଜେଡି ର ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ରୀତା ସାହୁଙ୍କୁ ପରାଜିତ କରିଥିଲେ।

ଏଭଳି ଜଣେ ଦକ୍ଷ ସୁ-ସଙ୍ଗଠକ,ଜଣେ ଜନସେବକଙ୍କୁ ବିଧାୟକ ଭାବେ ପାଇ ଥିବାରୁ ଆଜି ବିଜେପୁର ବଣିକ ସଂଘ ପକ୍ଷରୁ ଶ୍ରୀ ଗଡତୀୟାଙ୍କ ବାସ ଭବନକୁ ଯାଇ ସୌଜନ୍ୟ ମୂଳକ ସାକ୍ଷାତ କରି ଅଭିନନ୍ଦନ ସହ ଶୁଭେଚ୍ଛା ଜଣାଇଛନ୍ତି।

error: Content is protected !!