Saturday, April 19, 2025
spot_imgspot_imgspot_img
HomeUncategorizedବିଧାୟକ ସନତ ଗଡତିଆଙ୍କ ଉଦ୍ଯମ ଫଳବତୀ ।

ବିଧାୟକ ସନତ ଗଡତିଆଙ୍କ ଉଦ୍ଯମ ଫଳବତୀ ।

ବରପାଲି-ବରପାଲି ମୂଖ୍ଯ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବହୁ ଦିନରୁ ଖାଲି ପଡିଥିବା ମେଡିସିନ ବିଶେଷଜ୍ଞ ପଦଟି ବିଜେପୁର ବିଧାୟକ ସନତ ଗଡତିଆଙ୍କ ଉଦ୍ଯମରେ ପୂରଣ ହୋଇପାରିଛି। ବିଗତ ବହୁ ବର୍ଷରୁ ମେଡିସିନ ବିଶେଷଜ୍ଞ ପଦଟି ଖାଲି ପଡିବା ସହ ଅଞ୍ଚଳର ପିଡିତା ମାନେ ବରଗଡ ଅବା ବାହାର ବେସରକାରୀ ନରସିଂହୋମର ସହାୟତା ଲୋଡି ବହୁମାତ୍ରାରେ ଖର୍ଚ୍ଚାନ୍ତ ହେଉଥିଲେ। ବିଧାୟକ ସନତ ଗଡତିଆ ଜନ ସାଧାରଣଙ୍କ ଆବଶ୍ଯକତାକୁ ନଜରକୁ ଆଣି ରାଜ୍ଯ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଆଲୋଚନା ମାଧ୍ଯମରେ ଦାବୀ ଜଣାଇଥିଲେ।

ସ୍ବାସ୍ଥ୍ୟମନ୍ତ୍ରୀ ମଧ୍ଯ ଦାବୀର ଉପଲବ୍ଧୀକୁ ହୃଦୟଙ୍ଗମ କରିବା ସହ ସ୍ବାସ୍ଥ୍ଯବିଭାଗ ଯୋଗାଯୋଗ ମାଧ୍ଯମରେ ନିର୍ଦେଶନାମା ଜାରି କରିଥିଲେ। ବର୍ତ୍ତମାନ ନୁତନ ମେଡିସିନ ବିଶେଷଜ୍ଞ ଭାବରେ ଡ.ତିବିକ୍ରମ ସିଂ ରାଏ ନିଯୁକ୍ତି ପାଇଥିବା ଜଣାପଡିଛି। ଏହି ଅବସରରେ ଅତ୍ଯନ୍ତ ଆବଶ୍ଯକ ରହିତ ଥିବା କେନ୍ଦ୍ର ବହୁ ପ୍ରତିକ୍ଷିତ ମେଡିସିନ ଡାକ୍ତରଙ୍କ ପଦଟି ପୂରଣ ହୋଇଥିବାରୁ ବିଭିନ୍ନ ମହଲ ପକ୍ଷରୁ ବିଧାୟକ ସନତ ଗଡତିୟା ଓ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବାବୁଙ୍କୁ ସାଧୁବାଦ ସହ କୃତଜ୍ଞତା ଜଣାଇଛନ୍ତି।

error: Content is protected !!