ବରଗଡ଼-ବରଗଡ଼ ଜିଲ୍ଲାର ଅମ୍ବାଭନା, ଭଟଲି ଏବଂ ସୋହେଲା ବ୍ଲକ ର କୃଷକ ସଙ୍ଗଠନ ପ୍ରତିନିଧି ମଣ୍ଡଳୀ ନବନିର୍ବାଚିତ ବିଧାୟକ ଇରାଶିଷ ଆଚାର୍ଯ୍ୟ ତାଙ୍କ ଘରେ ଭେଟି ବିଦ୍ୟୁତ ସମସ୍ୟା ର ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ତିନୋଟି ବ୍ଲକ ଅଣ ଜଳସେଚିତ ହୋଇଥିବାରୁ ପ୍ରାୟ ଚାଷ ବର୍ଷା ଜଳ ଉପରେ ନିର୍ଭର ଶିଳ ନ ହେଲେ ବିଦ୍ୟୁତ ଦ୍ଵାରା ଜଳ ଉତୋଳନ କରି ଚାଷ କରାଯାଇଥାଏ। ଗଭୀର ନଳକୂପ ବା ଉଠାଜଳ ସେଚନ ରେ ବ୍ୟବହୃତ ବିଦ୍ୟୁତ ଦେୟ ବହୁତ ବେଶୀ ଅଟେ। କେନାଲ ଜଳସେଚନ ବ୍ୟବସ୍ଥା ରେ ଏକର ପ୍ରତି 305 ଟଙ୍କା ଜଳକର ଦେଉଥିବା ବେଳେ 3 ଏଚ ପି ମୋଟର ପମ୍ପ ପାଇଁ ବିଦ୍ୟୁତ ବିଲ 25 ଶହ ରୁ 3000 ଟଙ୍କା ପ୍ରତେକ ମାସ ରେ ଦେବାକୁ ବଡୁଛି।
ଯାହା ଅଣ ଜଳସେଚିତ କୃଷକ ମାନଙ୍କ ପାଇଁ ଅନ୍ୟାୟ ଏବଂ ଅବିଚାର ମଧ୍ୟ ଅଟେ। ତେଣୁ କୃଷକ ସଙ୍ଗଠନ ମାନେ ଜଳ ସେଚନ ନାଁରେ ବିଦ୍ୟୁତ ବିଲ ଅସୁଳି ବିରୋଧ ରେ ଅନେକ ଆନ୍ଦୋଳନ କରିଛନ୍ତି। ଗତ ଏପ୍ରିଲ ମାସରେ ବାରପାହାଡ଼ କୃଷକ ସଙ୍ଗଠନ ତରଫରୁ ମିଟର ଖୋଲି ଟାଟା ପାୱାର କମ୍ପାନୀ ଅଫିସ ରେ ଫେରାଇ ଦେଇଥିଲେ। ଭଟଲି ବ୍ଲକ କୃଷକ ପରିବାର ମଧ୍ୟ ଏହି ପରି ଉଗ୍ର ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛି। ଯେହେତୁ ସଦ୍ୟ ନିର୍ବାଚନ ସରି ନୂତନ ସରକାର ଗଠନ ହୋଇଛି ତେଣୁ ଶ୍ରଧେୟ ନବ ନିର୍ବାଚିତ ବିଧାୟକ ଙ୍କୁ ଜଳ ସେଚନ ନାଁ ରେ ବିଦ୍ୟୁତ ବିଲ ଅସୁଳି ବନ୍ଦ କରିବା ସହିତ ବିଦ୍ୟୁତ ସମସ୍ୟା ସମାଧାନ ପାଇଁ ହଜାର ହଜାର ଚାଷୀ ଦସ୍ତଖତ ଥିବା ଦାବିପତ୍ର ପ୍ରଧାନ କରିଛନ୍ତି। ନବ ନିର୍ବାଚିତ ବିଧାୟକ ଏହି ଦିଗରେ ବିଧାନସଭା ରେ ତଥା ସରକାରଙ୍କ ସହିତ ଆଲୋଚନା କରି ସମାଧାନ କରିବାପାଇଁ ଆସ୍ପାଷନ ଦେଇଛନ୍ତି।
ସଂଯୁକ୍ତ କୃଷକ ସଂଗଠନ ର ଉପଦେଷ୍ଟା ରମେଶ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବାରପାହାଡ଼ କୃଷକ ସଂଗଠନ ର ଈଶାନ୍ତ ଭୋଇ,ଜୟ ପ୍ରକାଶ ବେହେରା, ମହେନ୍ଦ୍ର ଦେହେରୀ, ତ୍ରିଲୋଚନ ଦୁଆନ, ରୋହିତ ଖମାରୀ, ଫକୀର ସାହୁ, ସୌକିଲାଲ ନାୟକ,କୃଷକ ପରିବାର ଭଟଲି ରୁ ଥବିର ସାହୁ, ଦିଲୀପ ସାହୁ, ହେମନ୍ତ ସାହୁ, ସୁରେନ ସାହୁ, ସୁଦାମ ପାତ୍ର, ସୁନନ୍ଦ ସାହୁ, ଦେବେନ୍ଦ୍ର ସାହୁ,ବାଲ୍ମିକୀ ନାୟକ, ବୁପେଶ ସାହୁ, ଅକ୍ଷୟ ସାହୁ, ହେମନ୍ତ ଖମାରୀ,ଏବଂ ସହିଦ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନ ସଦସ୍ୟ ମାନେ ଯୋଗ ଦେଇଥିଲେ।