Sunday, April 20, 2025
spot_imgspot_imgspot_img
Homeରାଜ୍ୟବିଦ୍ୟୁତ ବିଭାଗର ଅଜବ ନିତୀ କୁକୁଡା ଫାର୍ମ ବେଳକୁ ହଁ ଆଉ ଚାଷ ପାଇଁ ନାଁ...

ବିଦ୍ୟୁତ ବିଭାଗର ଅଜବ ନିତୀ କୁକୁଡା ଫାର୍ମ ବେଳକୁ ହଁ ଆଉ ଚାଷ ପାଇଁ ନାଁ !

ପଦ୍ମପୁର – ପାଇକମାଲ ବ୍ଲକ ବାଦିକଟା ପଞ୍ଚାୟତ ସାପଲହର ଗ୍ରାମର ଚାଷୀ ଅତିରିକ୍ତ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଚାଷୀଙ୍କ କହିବା ଅନୁସାରେ ସରକାରଙ୍କ ୨୦୧୯ ରୁ ଡ଼ିପ ବୋରୱେଲ ବା ଗଭୀର ନଳକୂପ ଖନନ କରାଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ବହୁ ନିବେଦନ କରାଗଲେ ମଧ୍ୟ ବିଦ୍ୟୁତ ସଂଯୋଗ କରାଯାଇ ନାହିଁ। ଟାଟା ପାୱାରର ଅଧିକାରୀ ମାନଙ୍କୁ ବାରମ୍ବାର କହିଲେ ମଧ୍ୟ ଲୋ-ଭୋଲଟେଜ ସମସ୍ୟା ଦେଖାଇ ଲାଇନ ସଂଯୋଗ କରାଯାଇନାହିଁ।

କିନ୍ତୁ ପରିତାପର ବିଷୟ ଯେ ଚାଷି ମାନଙ୍କୁ ଲାଇନ ସଂଯୋଗ ନ ଦେଇ ଜଣେ କୁକୁଡ଼ା ଫାର୍ମକୁ ନୁଆ ବିଦ୍ୟୁତ ସଂଯୋଗ ଦିଆଯାଉଛି। ଚାଷୀ ମାନେ ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ମାନ୍ୟବର ଲୋକସଭା ସାଂସଦ ବରଗଡଙ୍କ ପ୍ରେସର କରିଛୁ ବୋଲି ସେ କହିଥିବା ଚାଷୀମାନେ ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଚାଷୀ ମାନଙ୍କୁ ଚାଷ ପାଇଁ ଲାଇନ ସଂଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ।

error: Content is protected !!