ବରପାଲି- ବରପାଲି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଆୟୋଜିତ ହୋଇଯାଇଛି । ଶନିବାର ପୁର୍ବାହ୍ନରେ ଆୟୋଜିତ ବିଜ୍ଞାନମେଳାକୁ ପ୍ରାକ୍ତନ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର କାଳୀଚରଣ ଦାଶ ମୁଖ୍ୟଅତିଥି ରୂପେ ଯୋଗଦେଇ କାର୍ଯ୍ଯକ୍ରମକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କୁ ବିଜ୍ଞାନର ବିଶେଷତ୍ବ ଓ ସମାଜ ପ୍ରତି ବଳିଷ୍ଠ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ହୋତା ଅତିଥି ପରିଚୟ ସହିତ ବିଜ୍ଞାନର ଉପକାରିତା ସଂପର୍କରେ ଅବଗତ କରାଇଥିଲେ । ଶେଷରେ ବିଦ୍ୟାମନ୍ଦିର ପ୍ରମୁଖ ଧର୍ମେନ୍ଦ୍ର ପୁଝାରୀ ବିଜ୍ଞାନମେଳା ର ଆଭିମୁଖ୍ୟ ପ୍ରଦାନ ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ । ମେଳାତ୍ସବରେ ଶିଶୁ ପ୍ରାରମ୍ଭ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସର୍ବମୋଟ ୨୮୬ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥଲା।
ଅଭିଭାବକ, ଅଭିଭାବିକା ତଥା ଅନେକ ବିଜ୍ଞାନ ପ୍ରେମୀ ମେଳା ପରିଦର୍ଶନ କରିଥିଲେ। ମେଳା ନିରିକ୍ଷକ ଭାବରେ ଅଶୋକ କୁମାର ପଣ୍ଡା, ବୀର କିଶୋର ପ୍ରଧାନ, ଆଶୁତୋଷ ରଥ, ଅଶୋକ କୁମାର ସାହୁ,ଉମେଶ ଚନ୍ଦ୍ର ପ୍ରଧାନ, ବିନୟ ଭୋଇ, ସୁଜିତ ପଟେଲ, ଦିବାକର ତାଣ୍ଡିଆ,ସୁମନ ଡୁଙ୍ଗଡୁଙ୍ଗ ପ୍ରମୁଖ ବିଚାରକ ଭାବେ ପ୍ରକଳ୍ପ ଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ। ଶ୍ରେଷ୍ଠ ବିବେଚିତ ପ୍ରକଳ୍ପ ଗୁଡ଼ିକ ସଙ୍କୁଳ ସ୍ତରୀୟ ବିଜ୍ଞାନମେଳା ପ୍ରଦର୍ଶିତ ହେବ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ବିଜ୍ଞାନ ବିଭାଗ ସମସ୍ତ ଗୁରୁଜୀ, ଗୁରୁମା , ସେବକ, ସେବିକା ସହଯୋଗ କରିଥିଲେ। ପରିଚାଳନା ସମିତି ର ସମ୍ପାଦକ ଅଧ୍ୟାପକ ରାଜେଶ ରାୟ, ସଭାପତି ଶ୍ରୀଯୁକ୍ତ ଯଦୁମଣି ବିଶି , ଜିଲ୍ଲା ପ୍ରମୁଖ ଡାକ୍ତର ଶଙ୍କର୍ଷଣ ମେହେର ପ୍ରଭୃତି କାର୍ଯ୍ୟକର୍ତା ବିଜ୍ଞାନମେଳା ପରିଦର୍ଶନ କରି ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।