Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବିଦ୍ଯୁତ ବିଭ୍ରାଟ ମୂଳକ ପ୍ରତିବାଦ ଜଣାଇଲେ ବଣିକସଂଘ ।

ବିଦ୍ଯୁତ ବିଭ୍ରାଟ ମୂଳକ ପ୍ରତିବାଦ ଜଣାଇଲେ ବଣିକସଂଘ ।

ବରପାଲି-ବର୍ତ୍ତମାନ ସମୟରେ ବର୍ଷାର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଅଚଂଳରେ ଟାଟା ପାୱାରର ଅଘୋଷିତ ବିଦ୍ୟୁତ୍ କାଟ ଓ ବାରାମ୍ବାର ବିଭ୍ରାଟ ଜନଜିବନକୁ ଅସ୍ତ ବ୍ୟସ୍ତ ସ୍ଥିତି ପକାଇଦେଉଛି। ସେହିପରି ଗ୍ରାମାଞ୍ଚଳରେ ବିଦ୍ୟୁତ୍ ବ୍ୟବସ୍ଥା ଆହୁରି ଶୋଚନୀୟ ହୋଇଥିବା ବେଳେ ଘଣ୍ଟା ଘଣ୍ଟା ଧରି ବିଜୁଳି ସେବାରୁ ବଂଚିତ ରଖାଯାଉଛି।

ଅପର ପକ୍ଷରେ ଲୋ ଭୋଲ୍ଟେଜ୍ ସମସ୍ଯା ଯୋଗୁଁ ଚାଷ କାମ ମଧ୍ୟ ବାଧାପ୍ରାପ୍ତ ହୋଇ ଚାଷୀର ବେହାଲ ଅବସ୍ଥାରେ ଚୁପ ରହିବାକୁ ବାଧ୍ଯ ହେଉଛି। ବିଭାଗର ସମସ୍ଯାକୁ ନେଇ ସ୍ଥାନିୟ ବଣିକସଂଘ କର୍ମକର୍ତ୍ତା ମାନେ ବିଭାଗିୟ ଉପଖଣ୍ଡ ଯନ୍ର୍ତୀଙ୍କୁ ଦାବୀପତ୍ର ପ୍ରଦାନ ସହ ସମାଧାନର ବାଟ ଫିଟାଇବାକୁ ଦାବୀ ଜଣାଇଥିଲେ।

error: Content is protected !!