Saturday, March 7, 2026
HomeUncategorizedବିଜୟ କାର୍ଗିଲ ଦିବସ ଅବସରରେ ଜିଲ୍ଲା ବିଜେପି ପକ୍ଷରୁ ସମଲେଶ୍ୱରୀ ମନ୍ଦିରରେ ଦୀପଦାନ ।

ବିଜୟ କାର୍ଗିଲ ଦିବସ ଅବସରରେ ଜିଲ୍ଲା ବିଜେପି ପକ୍ଷରୁ ସମଲେଶ୍ୱରୀ ମନ୍ଦିରରେ ଦୀପଦାନ ।

ସମ୍ବଲପୁର – କାର୍ଗିଲ ବିଜୟ ଦିବସ ର ୨୫ ବର୍ଷ ପୂର୍ତ୍ତି ଅବସରରେ ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ସମଲେଶ୍ୱରୀ ମନ୍ଦିର ରେ ଦୀପଦାନ କାର୍ଯ୍ୟକ୍ରମ ହୋଇଯାଇଛି । ବିଧାୟକ ଜୟ ନାରାୟଣ ମିଶ୍ର ଙ୍କ ଅନୁପସ୍ଥିତି ରେ ତାଙ୍କର କନ୍ୟା ଶୁଭଶ୍ରୀ ମିଶ୍ର ଙ୍କ ନେତୃତ୍ୱ ରେ କାର୍ଗିଲ ବିଜୟ ର ୨୫ ବର୍ଷ ପୂର୍ତ୍ତି ଅବସରରେ ୨୫ ଘଣ୍ଟା ପାଇଁ ଏକ ବଡ଼ ଦୀପ ପ୍ରଜ୍ବଳନ କରାଯାଇଥିଲା ଓ ତା ସହିତ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା ଗୋଟେ ଦୀପ ପ୍ରଜ୍ବଳନ କରି ସହିଦ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଆସନ୍ତାକାଲି ଯୁବ ମୋର୍ଚ୍ଚା ପାଖରୁ ଏକ ବାଇକ ରେଲି ଓ ବୀର ଯବାନ ଙ୍କୁ ସମ୍ମାନ ଜଣେଇବା ପାଇଁ ସ୍ଥାନୀୟ ନାରୀସେବା ସଦନ ଥରେ ଏକ ଶ୍ରଦ୍ଧାଞ୍ଜଳି ସଭା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ର ମଧ୍ୟ ଆୟୋଜନ କରାଯାଇଛି । ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା, ସମୀର ରଞ୍ଜନ ବାବୁ, ଶିବ ଦିୱାନ, କାହ୍ନୁରାମ ଶର୍ମା, ଦିଲୀପ ଶର୍ମା, ଗୁ୍ରଦୀପ ଗିଲ, ଅଜିତ ବେହେରା, ଗୋପାଲ ଅଗ୍ରୱାଲ, ମାନସ ବକ୍ସି, ରୁନୁ ପ୍ରଧାନ, ଅଞ୍ଜଳି ଛୁରା, ମୁନମୁନ ସୌଦାଗର, ସୀତାକାନ୍ତି ମେସୁଆ, ସୁମି ପରିଡା, ଲଷ୍ମୀପ୍ରିୟା ଜେନା, ପ୍ରଭାସିନୀ ଦାଶ, ମଞ୍ଜୁଲତା ଓରାମ ପ୍ରମୁଖ ସାମିଲ ଥିଲେ ।

error: Content is protected !!