Friday, November 22, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବିଜେପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଅଷ୍ଟାବିଂଶତମ ବାର୍ଷିକୋତ୍ସବ ।

ବିଜେପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଅଷ୍ଟାବିଂଶତମ ବାର୍ଷିକୋତ୍ସବ ।

ବିଜେପୁର-ବରଗଡ ଜିଲ୍ଲା ବିଜେପୁର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଅଷ୍ଟାବିଂଶତମ ବାର୍ଷିକୋତ୍ସବ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମ ସମ୍ଭାଗ,ଶିକ୍ଷା ବିକାଶ ସମିତି ଓଡିଶାର ସଭାପତି ଡକ୍ଟର ବେଣୁଧର ପ୍ରଧାନ,ସହଯୋଗୀ ପ୍ରଫେସର,ଆଭାସୀ ଏବଂ ଦୂର ନିରନ୍ତର ଶିକ୍ଷା କେନ୍ଦ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଜ୍ୟୋତି ବିହାର ବୁର୍ଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ। ପରିଚାଳନା କମିଟିର ଉପସଭାପତି ଶ୍ରୀଯୁକ୍ତ ସୁଶାନ୍ତ କୁମାର ପାଣ୍ଡେ ଉତ୍ସବରେ ସଭାପତିତ୍ବ କରିଥିଲାବେଳେ ସମ୍ପାଦକ ଡାକ୍ତର ସୁଦାମ ଚରଣ ପଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ। ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବିଜେପୁରର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ବାରିକ ବାର୍ଷିକ ବିବରଣୀ ପଠନ କରିଥିଲେ। ଆଚାର୍ଯ୍ୟା ସୁଶ୍ରୀ ମନ୍ଦାକିନୀ ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।ମୁଖ୍ୟ ଅତିଥି ତଥା ମୁଖ୍ୟବକ୍ତା ଡ.ପ୍ରଧାନ ଦେଶର ଭବିଷ୍ୟତ ପିଢ଼ି ମାନଙ୍କ ମଧ୍ୟରେ ଶିକ୍ଷା ମାଧ୍ୟମରେ ଦେଶ ପ୍ରୀତି ଭାବନା ଜାଗ୍ରତ କରିବା ଉପରେ ବିଶଦ ଭାବେ ଆଲୋକପାତ କରିଥିଲେ। ସଭାପତି ତାଙ୍କ ଅଭିଭାଷଣରେ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ମତବ୍ୟକ୍ତ କରିଥିଲେ।ଷଷ୍ଠ ଓ ସପ୍ତମ ଶ୍ରେଣୀର ଭଉଣୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଶିଶୁଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ନାଚ,ଗୀତ,ଯୋଗ ଓ ଶାରୀରିକ ପ୍ରଦର୍ଶନ ଏବଂ ଆଚାର୍ଯ୍ୟା ସ୍ନେହଲତା ବଗାରଙ୍କ ନିର୍ଦ୍ଦେଶିତ ଏବଂ ଆଚାର୍ଯ୍ୟା ସୁଜାତା ଗୁରୁମା ଙ୍କ ଦ୍ୱାରା ରଚିତ ଶିଶୁ ବାଟିକା ବିଭାଗର ନାଟକ “ମମତା ମାଗେ ମୂଲ” ଶିଶୁ ମାନଙ୍କ ଦ୍ୱାରା ପରିବେଷିତ ହୋଇଥିଲା। ଏଥିରେ ଶ୍ରୀଯୁକ୍ତ ଅକ୍ଷୟ ଦାଶ ସ୍ୱର ସଂଯୋଜନା କରିଥିଲେ।ଶେଷରେ ସହ ପ୍ରଧାନ ଆଚାର୍ଯ୍ୟ ସଦାନନ୍ଦ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଗୁରୁଜୀ,ଗୁରୁମାଙ୍କ ଅକ୍ଲାନ୍ତ ସହଯୋଗ ରେ କାର୍ଯ୍ୟକ୍ରମଟି ସୁରୁଖୁରୁରେ ସମାପନ ହୋଇଥିଲା।

error: Content is protected !!