Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବିଜେପୁର କଲେଜରେ ସମଲପୁରୀ ଦିନ ପାଳନ ।

ବିଜେପୁର କଲେଜରେ ସମଲପୁରୀ ଦିନ ପାଳନ ।

ବିଜେପୁର(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ବିଜେପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀମାନ ପ୍ରଦୀପ କୁମାର ମିଶ୍ରଙ୍କ ସଭାପତିତ୍ୱରେ ସମଲପୁରୀ ଦିନ ପାଳିତ ହୋଇଯାଇଛି। ଶ୍ରୀମାନ ମିଶ୍ର କଲେଜରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କୁ ନିଜର ମାଁ ମାଟି ଓ ଭାଷାକୁ ସାମଗ୍ରିକ ଜୀବନରେ ସମ୍ମାନ ଜଣାଇ ଅଗ୍ରସର ହେବାକୁ ଆହ୍ୱାନ ଦେଇଥିଲେ।୨୦୨୪-୨୫ ଶିକ୍ଷାବର୍ଷରେ ଯୋଗଦେଇ ଥିବା +୨ ପ୍ରଥମ ବର୍ଷ ଓ +୩ ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ଜଣାଇବା ସହିତ ଗୁଣାତ୍ମକ ଶିକ୍ଷା ଗ୍ରହଣ କରି ମହାବିଦ୍ୟାଳୟ ଟେକ ଓ ସମାଜରେ ପ୍ରତିଷ୍ଠିତ ହେବାପାଇଁ ପରାମର୍ଶ ଦେଇଥିଲେ। ଏକ୍ରମରେ ଏକ ସଭାର ଆୟୋଜନ ହୋଇଥିଲା। ସଭାରେ ମୁଖ୍ୟବକ୍ତା ଭାବେ ମହାବିଦ୍ୟାଳୟର ସଂସ୍କୃତ ବିଭାଗର ପ୍ରଧ୍ୟାପକ ଶ୍ରୀଯୁକ୍ତ ମହେନ୍ଦ୍ର ପଧାନ ଯୋଗଦେଇ ସମଲପୁରୀ ଦିନ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ।

ଦ୍ୱିତୀୟ ଅଧିବେଶନରେ ଇଂରାଜୀ ବିଭାଗର ଅଧ୍ୟାପିକା ଶ୍ରୀମତୀ ପ୍ରତିକ୍ଷା ସେଠ୍ ଓ କ୍ରିଡ଼ା ଶିକ୍ଷକ ଶ୍ରୀଯୁକ୍ତ ସାନନ୍ଦ ସେଠ୍ ଙ୍କ ତତ୍ତ୍ଵାବଧାନରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ମହାବିଦ୍ୟାଳୟର ପ୍ରଧ୍ୟାପକ, ଅଧ୍ୟାପକ, ଅଧ୍ୟାପିକା, ସମସ୍ତ କର୍ମଚାରୀ ଓ ବିଶେଷ କରି କଲେଜର ଛାତ୍ରଛାତ୍ରୀ ମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ। ସାଂସ୍କୃତିକ ସଂସଦର ଉପସଭାପତି ଶ୍ରୀଯୁକ୍ତ ସରୋଜ କୁମାର ପାଣିଗ୍ରାହୀ ସଭା କାର୍ଯ୍ୟ ସଂଯୋଜନା କରିଥିଲାବେଳେ, ସଂସଦର ଅନ୍ୟତମ ଉପସଭାପତି ଶ୍ରୀଯୁକ୍ତ ଅକ୍ଷୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!