Saturday, April 19, 2025
spot_imgspot_imgspot_img
Homeରାଜନୀତିବିଜେପିରେ ମିଶିଲେ ବହୁତ ବିଜେଡ଼ି କର୍ମୀ ଓ ପଦାଧିକାରୀ ।

ବିଜେପିରେ ମିଶିଲେ ବହୁତ ବିଜେଡ଼ି କର୍ମୀ ଓ ପଦାଧିକାରୀ ।

ସମ୍ବଲପୁର – ଆଜି ସମ୍ୱଲପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଏକ ବିଶେଷ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି । ଏହି ମିଶ୍ରଣ ପର୍ବ ରେ ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ର ମାନେଶ୍ୱର ବ୍ଲକ ଅନ୍ତର୍ଗତ ନୂଆଁତିହୁରା ପଞ୍ଚାୟତ ର ବିଜେଡ଼ି ର ବହୁ ବଶିଷ୍ଠ କର୍ମକର୍ତ୍ତା ଓ ପଦାଧିକାରୀ ବିଜେପି ରେ ସାମିଲ ହୋଇଛନ୍ତି । ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକ, ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ନୁଆଁ କରି ଆସିଥିବା ସଦସ୍ୟ ଙ୍କୁ ଦଳ ରେ ସ୍ୱାଗତ କରିଥିଲେ ।ମୋଦୀ ଙ୍କ ବିକଶିତ ଭାରତ କୁ ସଫଳ କରିବା ପାଇଁ ବିକଶିତ ଓଡ଼ିଶା ର ଅଭିଯାନ କୁ ମଧ୍ଯ ସଫଳ କରିବାକୁ ହେବ ।

ଏଥିପାଇଁ ଓଡ଼ିଶା ରେ ଡବଲ ଇଞ୍ଜିନ ର ସରକାର୍ ଦରକାର ରହିଛି । ତେଣୁ ସମସ୍ତେ ମିଳିମିଶି ଦଳ ପାଇଁ କାର୍ଯ୍ୟ କରିବାକୁ ଉଭୟ ବିଧାୟକ ନୂତନ ଭବେ ଯୋଗ ଦେଇଥିବା କର୍ମି ଙ୍କୁ ଆହ୍ବାନ ଦେଇଥିଲେ । ଆଜିର ମିଶ୍ରଣ ପର୍ବ ରେ ଯୁବ ବିଜେଡ଼ି ବ୍ଲକ ସମ୍ପାଦକ ସୁଧାଂଶୁ ଥାନାପତି, ଛାତ୍ର ବିଜେଡ଼ି ପଞ୍ଚାୟତ ସଭପତି ଆଲୋକ ପ୍ରଧାନ, ମାଁ ସମଲେଇ ପରିବାର ର ସମ୍ପାଦକ ନିଲୁ ମହାପାତ୍ର, ଉପସଭାପତି ସତ୍ୟନାରାୟଣ ପ୍ରଧାନ ଙ୍କ ସମେତ କୃଷ୍ଣ ଚନ୍ଦ୍ର ତ୍ରିପାଠୀ, ଗୌରାଙ୍ଗ ମିର୍ଦ୍ଧା, ପ୍ରଦିପ ଖମାରୀ, ଅମିତ୍ ପ୍ରଧାନ, କୃଷ୍ଣ ଚନ୍ଦ୍ର ବାରିକ, ସୁବୋଧ ପ୍ରଧାନ, ସଞ୍ଜୟ ଖମାରୀ, ମହେନ୍ଦ୍ର ଭୂୟେ ଓ ଅଞ୍ଚଳ ର ବହୁ ପ୍ରମୁଖ ଲୋକ ବିଜେପି ରେ ସାମିଲ ହୋଇଛନ୍ତି ।ଆଜିର ମିଶ୍ରଣ ପର୍ବ ରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ୍, ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା, ଜିଲ୍ଲା ଉପସଭାପତି ଫଣିଭୂଷଣ ମିଶ୍ର, ସୁରେନ୍ଦ୍ର ପ୍ରଧାନ, ଦେବେନ୍ଦ୍ର ନାଏକ, ମାନସ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ ।

error: Content is protected !!