Sunday, November 24, 2024
spot_imgspot_imgspot_img
Homeରାଜନୀତିବିଜେଡି ର କୁମ୍ଭୀର କାନ୍ଦଣା ର ଲୁହ ରେ ମହାନଦୀ ରେ ପାଣି ଆସିବ ନାହିଁ...

ବିଜେଡି ର କୁମ୍ଭୀର କାନ୍ଦଣା ର ଲୁହ ରେ ମହାନଦୀ ରେ ପାଣି ଆସିବ ନାହିଁ – ମାନସ ବକ୍ସି ।

ସମ୍ବଲପୁର – ଆଜି ବିଜେଡି ର ରାଜ୍ୟ ମୁଖପାତ୍ର ଡ଼.ଲେନିନ ମହାନ୍ତି ଚିରାଚରିତ ଢଙ୍ଗ ରେ ପୁଣି ଥରେ ମିଛ କହି ମହାନଦୀ ପ୍ରସଙ୍ଗ ରେ ନିଜର ଅପାରଗତା ଦୋଷ ଦୁର୍ବଳତା କୁ କୁଚେଇବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଙ୍କୁ ଦୋଷ ଦେବାକୁ ଅପଚେଷ୍ଟା କରିଛନ୍ତି । ଡ଼.ମହାନ୍ତି ଙ୍କ ଟିପ୍ପଣୀ ପରେ ବିଜେପି ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି ନିଜର ପ୍ରତିକ୍ରିୟା ରେ କହିଛନ୍ତି ଯେ… ଆମେ ମହାନଦୀ ର ଆଖିରେ ଲୁହ କୁ ନେଇ ଚାର୍ଜସିଟ୍ ନାଁ ରେ ମହାନଦୀ କୂଳ ରେ ଗ୍ରାଉଣ୍ଡ ଜିରୋ ସାମ୍ବାଦିକ ସମ୍ମିଳନୀ କରି ତଥ୍ୟ ଭିତ୍ତିକ ଯୁକ୍ତି ରଖି ରାଜ୍ୟ ସରକାର ଙ୍କୁ ପ୍ରଶ୍ନ କରିଥିଲୁ, କିନ୍ତୁ ଆଜି ଯାଏଁ ତାର ଉତ୍ତର ମିଳିଲା ନାହିଁ । ପୁଣି ନିୟମିତ ଚାଲିଥିବା ସାମ୍ବାଦିକ ସମ୍ମିଳନୀ ରେ ପ୍ରଶ୍ନ ପଚାରିଲୁ ଶାସକ ଦଳ ଉତ୍ତର ରଖିଲେ ନାହିଁ । କେବଳ ମିଛ କଥା କହି ଅପପ୍ରଚାର କରି ନିଜ ସରକାର ର ଦୋଷ ଦୁର୍ବଳତା ଅପାରଗତା କୁ ଲୁଚେଇବା ପାଇଁ କେନ୍ଦ୍ରମନ୍ତ୍ରୀ ଙ୍କୁ ବାର ବାର ଟାର୍ଗେଟ କରୁଛନ୍ତି ।

ଲେନିନ ବାବୁ ସରକାର କରିବାର ୧୭ ବର୍ଷ ପରେ ଅର୍ଥାତ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ଆପଣଙ୍କୁ ମହାନଦୀ କଥା ମନେ ପଡିଥିଲା । ଏହା ପୂର୍ବରୁ ଯେତେବେଳେ ଓଡିଶା ବିଧାନସଭା ରେ ଛତିଶଗଡ ସରକାର ତରଫ ରୁ ହେଉଥୁବା ବ୍ୟାରେଜ ନିର୍ମାଣ କଥା ଉଠିଥିଲା ସେତେବେଳେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖି କହିଥିଲେ ଯେ ୨୦ କଣ ୨୦୦ ବ୍ୟାରେଜ ନିର୍ମାଣ ହେଲେ ମଧ୍ୟ ଓଡିଶା କୁ ପ୍ରଭାବ ପଡିବ ନାହିଁ । କିନ୍ତୁ, ଆଜି ମହାନଦୀ ର ଅବସ୍ଥା କଣ ସମସ୍ତଙ୍କୁ ଜଣା । ନିଜର ଭୁଲ କୁ ଢାଙ୍କିବା ପାଇଁ ୨୦୧୭ ରେ ବିଜେଡି ସରକାର ଛତିଶଗଡ଼ ର ବିଜେପି ସରକାର ଓ କେନ୍ଦ୍ର ସରକାର ଙ୍କୁ କାଠଗଡା କୁ ଟାଣିବାର ଅପଚେଷ୍ଟା କରିଥିଲେ ।ଦୀର୍ଘ ୨୪ ବର୍ଷ କାଳ ସରକାର ରେ ରହି ସୁଦ୍ଧା ମହାନଦୀ ଉପରେ ବ୍ୟାରେଜ ଟିଏ ମଧ୍ୟ ନିର୍ମାଣ କରି ପାରିଲ ନାହିଁ । ହୀରାକୁଦ ରୁ ପାଣି ବାହାରିଲେ ସିଧା ଯାଇ ସମୁଦ୍ର ରେ ମିଶୁଛି । ଗୋଟିଏ ଶତାବଦ୍ଦି ର ଏକ ଚତୁର୍ଦ୍ଧଂଶ ସମୟ ଶାସନ ରେ ରହି ବାଲ୍’ଟିଏ ପାଣି ଅଟକେଇବା ପାଇଁ ମଧ୍ୟ କିଛି କରି ପାରିଲ ନାହିଁ ।

ନିଜର ଅପାରଗତା ଓ ଦୋଷ ଦୁର୍ବଳତା କୁ ଲୁଚେଇବା ପାଇଁ ସବୁବେଳେ ଅନ୍ୟ ଉପରେ ଦୋଷ ଲଦୁଛ । ଓଡ଼ିଶାରେ ଥିବା ନଦୀମାନଙ୍କୁ କୁ ମାରିଦେବା ପାଇଁ ବସିଲେଣି କିନ୍ତୁ ମହାନଦୀ ପାଇଁ ରାଜନୀତି କରିବାକୁ ପଛାଉ ନାହଁ । ବିଜେଡି ର ଦ୍ଵିତୀୟ ଷ୍ଟାର ପ୍ରଚାରକ ଭି.କେ.ପାଣ୍ଡିଆନ ଗତକାଲି ବଡ଼ ଇଞ୍ଜିନିୟର ଭଳି ବିଜେପୁରର ଗଙ୍ଗାଧର ମେହେର ଜଳ ପ୍ରକଳ୍ପ ବିଷୟରେ ଯାନ୍ତ୍ରିକ ଓ ବୈଷୟିକ ଜ୍ଞାନ ବାଣ୍ଟୁଥିଲେ, ତେବେ ଆଜି ପର୍ଯ୍ୟନ୍ତ ଗୋଟେ ହେଲେ ଆନିକଟ ଟେ ମହାନଦୀ ଉପରେ କରି ପାରିଲେନି କେମିତି..? ଶ୍ରୀ ବକ୍ସି ଆହୁରି କହିଛନ୍ତି ଯେ ମିଛ ଅପପ୍ରଚାର କରି, ଅନ୍ୟ ମୁଣ୍ଡ ରେ ଦୋଷ ଲଦି, କୁମ୍ଭୀର କାନ୍ଦଣା କାନ୍ଦିଲେ ମହାନଦୀ ରେ ପାଣି ଅଟକିବ ନାହିଁ । ବ୍ୟାରେଜ ତିଆରି କରି ବୋହି ଯାଉଥୁବା ପାଣି କୁ ରୋକି ତାର ସତ ଉପଯୋଗ କଲେ ହିଁ ରାଜ୍ୟ ରେ ଜଳ ସଙ୍କଟ ଦୂର ହେବ ଓ ରାଜ୍ୟବାସୀ ଙ୍କ କଲ୍ୟାଣ ହେବ । ଆଉ ଏହି ପୁଣ୍ୟ କାର୍ଯ୍ୟ ଜୁନ ୧୦ ରେ ହେବାକୁ ଥିବା ବିଜେପି ସରକାର ହିଁ କରି କି ଦେଖେଇବ । ଏ କୁମ୍ଭୀର କାନ୍ଦଣା କୁ ଓଡିଶାବାସୀ ଠିକ ସେ ଜାଣି ସାରିଲେଣି । ଚଳିତ ନିର୍ବାଚନ ରେ ଏହାର ସଠିକ ଉତ୍ତର ଦେବେ ।

error: Content is protected !!