Monday, November 25, 2024
spot_imgspot_imgspot_img
Homeରାଜ୍ୟବିଜୁ ଏକ୍ସପ୍ରେସ ୱେ ଡିଭାଇଡର ସାଜିଛି ମରଣଯନ୍ତା : ଚେଇଁ ଶୋଇଛି ପଦ୍ମପୁର ପୂର୍ତ୍ତ ବିଭାଗ।

ବିଜୁ ଏକ୍ସପ୍ରେସ ୱେ ଡିଭାଇଡର ସାଜିଛି ମରଣଯନ୍ତା : ଚେଇଁ ଶୋଇଛି ପଦ୍ମପୁର ପୂର୍ତ୍ତ ବିଭାଗ।

ପଦ୍ମପୁର – ପଦ୍ମପୁରରୁ ଲମ୍ବି ଯାଇଥିବା ବିଜୁ ଏକ୍ସପ୍ରେସ ୱେ ରାସ୍ତାରେ ରହିଥିବା ଡିଭାଇଡର ବର୍ତ୍ତମାନ ଏକ ସମ୍ବେଦନଶିଳ ସମସ୍ଯା ରୂପେ ଅଗ୍ରଗତି ନେବାକୁ ବସିଲାଣି। ସମସ୍ଯାକୁ ନେଇ ସାଧାରଣଙ୍କଠୁ ନେଇ ଛାତ୍ରଛାତ୍ରି ତଥା ବୟଷ୍କ ମାନଙ୍କ ପାଇଁ ସଙ୍କଟ ସୃଷ୍ଟି କରୁଛି। ପୂର୍ତ୍ତ ବିଭାଗ ନିଜ ତତ୍ବାଧାନରେ ରାସ୍ତା ନିର୍ମାଣ କାମ ସମାପନ କରିଦେଲେ। ହେଲେ ଚାରି ଥାକିଆ ରାସ୍ତାର ମଧ୍ଯସ୍ଥଳକୁ ବିଭାଜନ ଓ ସୌନ୍ଦର୍ଯ୍ଯକରଣ ନାଁରେ ଲୁହାଜାଲି ଦେଇ ଫୁଲଗଛ ସହ ଆଲୋକ କରଣ ବ୍ଯବସ୍ଥା କରିବା କଥା। ହେଲେ ମାରିନେଲେ ମହାପାତ୍ର ଚାହିଁଥାରେ ଜଳକା ନିତି ଆପାଣାଇ କାମଟାତ ପୁରଣ କରାଗଲା ସତ। କିନ୍ତୁ ବର୍ତ୍ତମାନ ଡିଭାଇଡର ମଧ୍ଯରେ ବଣୁଆ ବୃକ୍ଷ ସହ ଅଦରକାରୀ ଗଛ ମାନ ନିଜ କାୟା ବଢାଇବାରେ ଲାଗିଛନ୍ତି।

ଯାହାକି ରାସ୍ତାର ଅନ୍ଯ ପାଖରେ ଯାଉଥିବା ଯାନବାହାନ,ବାଇକ,ସାଇକେଲ ତଥା ପାଦଚଲା ସାଧାରଣ ଲୋକେ ବିଲକୁଲ ଦୃଷ୍ଟିଗୋଚର ବାହାରେ ରହିଯାଉଛନ୍ତି। ବିଜୁ ହାଇୱେ ବାଟଦେଇ ପ୍ରତିଦିନ ହଜାରହଜାର ଛୋଟବଡ ଯାନ ଓ ବସସେବା ସହିତ ନିତି ଦିନିଆ ବିଭିନ୍ନ ଶ୍ରେଣିର ଲୋକଙ୍କ ଯାତାୟତ ହୋଇଥାଏ। ସବୁଠୁ ଆଶ୍ଚର୍ଯ୍ଯଜନକ କଥା ପ୍ରସାସନିକ କର୍ମକର୍ତ୍ତା ମାନଙ୍କ ସମେତ ରାଜନେତା ଓ ପଡୋଶି ରାଜ୍ଯ ଛତିଶଗଡ ଅଚଂଳର ଲୋକେ ମଧ୍ଯ ବ୍ଯକ୍ତିଗତ ତଥା ଧାର୍ମିକ କାର୍ଯ୍ଯରେ ଯିବା ଆସିବା କରିଥାନ୍ତି। ନିତିଦିନ ପ୍ରତ୍ଯୁଷରୁ ପଦ୍ମପୁରୁ ସହରର ପୁରୁଷ ମହିଳା ତଥା ବୟଷ୍କ ମାନେ ମର୍ଣ୍ଣିୱାକରେ ପାଦରେ ଚାଲୁଥିବା ବେଳେ ଆଖପାଖ ଗ୍ରାମର ଚାଷି ଏବଂ ଛାତ୍ରଛାତ୍ରୀ ମାନେ ସାଇକେଲ ଯୋଗେ ଯିବାଆସିବା କରିଥାନ୍ତି।

ଯାତାୟତ ସମୟରେ ଡିଭାଇଡର ବଣୁଆବୃକ୍ଷ ପ୍ରତିବନ୍ଧକ ଯୋଗୁ ଛୋଟବଡ ଦୁର୍ଘଟଣାର ସମ୍ମୁଖିନ ହେଉଥିବା ବେଳେ ଏକ ସଙ୍କାଜନିତ ସ୍ଥିତି ସଦାବେଳେ ଲାଗିରହିଛି। ସମାସ୍ଯାକୁ ନେଇ ପ୍ରସାସନିକ କର୍ତ୍ତୁପକ୍ଷ ମାନେ ଚୁପଚାପ ରହୁଥିବା ବେଳେ ପ୍ରକୃତ ସୂରକ୍ଷାଦାୟିତ୍ବ କାହାର ସମସ୍ତଙ୍କ ପାଇଁ ଅଗୋଚର ହୋଇ ରହିଯାଇଛି। ପ୍ରସାସନର ଏପରି ଅବହେଳା ଜନିତ କାର୍ଯ୍ଯକଳାପକୁ ନେଇ ବୁଦ୍ଧିଜିବୀ ମହଲରେ ଅସନ୍ତୋଷର ଭାବ ପ୍ରକାଶ ପାଉଛି। ଉପୁଜିଥିବା ସମସ୍ଯାର ସଠିକ ସମାଧାନର ବାଟ ଯୁଦ୍ଧକାଳିନ ସ୍ଥିତି ଆପାଣାଇବାକୁ ଜିଲ୍ଲା ପ୍ରସାସନ ନିକଟରେ ବୁଦ୍ଧିଜିବୀ ତଥା ସାମାଜିକ କର୍ମି ମାନେ ଦାବୀ ଜଣାଇଛନ୍ତି।

error: Content is protected !!