
ବରଗଡ-ବରଗଡର ସାମାଜିକ କର୍ମି ସାକେତ ଶ୍ରୀଭୁଷଣ ସାହୁ ବାଲୁଙ୍କି ଦାଶ ସ୍ମୁତି ପାଠାଗାରର ପୂନୋର୍ଦ୍ଧାର ପାଇଁ ପ୍ରସ୍ତାବ ଦେଇଛନ୍ତି । ସେ ଆଜି ବରଗଡ ଏଡିଏମ ଶ୍ରୀମତି ମଧୁଛନ୍ଧା ସାହୁଙ୍କୁ ଭେଟି ଏକ ପୂର୍ଣ୍ଣ ବିସୃତ ଲିଖିତ ପ୍ରସ୍ତାବ ପ୍ରଶାସନକୁ ଦେଇଛନ୍ତି । ଏହି ପାଠାଗାରକୁ ଉଦ୍ଧାର କରିବା ପାଇଁ ସେ ଅଗ୍ରଗାମୀ ଯୁବକ ସଂଘର ସଭାପତି ଦେବେଶ ଆଚାର୍ଯ୍ୟ ଓ ଅନ୍ୟ ସଭ୍ୟଙ୍କ ସହିତ ସମ୍ୟକ ଆଲୋଚନା କରିଛନ୍ତି । ପାଠାଗାର ଉଦ୍ଧାର ପାଇଁ ଏକ ବିଶେଷ କମିଟି ଗଠନ କରି ବିଭିନ୍ନ ବଦାନ୍ୟ ବ୍ୟକ୍ତି, ଚେରିଟେବଲ ସଂସ୍ଥା ତଥା ଏନଜିଓଙ୍କ ଠାରୁ ପାଣ୍ଠି ସଂଗ୍ରହ କରି ଅଗ୍ରଗାମୀ ଯୁବକ ସଂଘ ସହ ମିଳିତ ଭାବେ ପାଠାଗାରର ନବନିର୍ମାଣ କରାଯିବ ବୋଲି ଶ୍ରୀ ସାହୁ ଜଣାଇଛନ୍ତି ।



