
ପଦ୍ମପୁର– ପଦ୍ମପୁର ଉପଖଣ୍ଡରେ ବାଲି ମାଫିଆଙ୍କ ଦୌରାତ୍ମ୍ଯ ଦେଖିବାକୁ ମିଲିଛି । ପଦ୍ମପୁର ଉପଜିଲ୍ଲାପାଳ ସ୍ନେହା ଅରୁଗୁଲା ସୋମବାର ସକାଳ ସମୟରେ ଜଗଦଳପୁରୁ ପଦ୍ମପୁର ଆସୁଥିବା ସମୟରେ ଗୋଟିଏ ବାଲି ବୋଝେଇ ହାଇୱା ପଦ୍ମପୁର ଅଭିମୁଖେ ଆସୁଥିବା ଦେଖିଥିଲେ । ବେଆଇନ ବାଲି ଚାଲାଣ ହେଉଥିବା ସନ୍ଧେହରେ ହାଇୱାକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । ହେଲେ ଜଗଦଲପୁର ଥାନା ଅନ୍ତର୍ଗତ ସରାଇକେଲା ନିକଟରେ ଉକ୍ତ ହାଇୱାଟି ଉପଜିଲ୍ଲାପାଳଙ୍କ ଗାଡିକୁ ପଛପଟୁ ଧକ୍କା ଦେଇଥିଲା । ଉପଜିଲ୍ଲାପାଳ ଅଳ୍ପକେ ବର୍ତ୍ତି ଯାଇଥିଲେ । ଖବର ପାଇ ଜଗଦଳପୁର ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା ଘଟଣା ସ୍ଥଳରେ ପହଁଞ୍ଚି ବାଲି ବୋଝେଇ ହାଇୱାକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଥିଲେ ।

ବାଲି ମାଫିଆଙ୍ଗ ଗୁଣ୍ଡାଗର୍ଦ୍ଦି ତଥା ଉପଜିଲ୍ଲାପାଳଙ୍କ ଗାଡିକୁ ଧକ୍କାଦେବା ବିରୋଧରେ ଜୁନିଅର ମାଇନିଙ୍ଗ ଅଧିକାରୀ ଚନ୍ଦନ ସାହୁଙ୍କ ଲିଖିତ ଅଭିଯୋଗ ଆଧାରରେ କେଶ ନମ୍ବର ଜଗଦଲପୁର ଥାନାରେ କେଶ ନମ୍ବର ୦୩/୨୦୨୬ ଆଧରରେ ମାମଲା ରୁଜୁ କରାଯାଇଥିବା ପୋଲିସ ପକ୍ଷରୁ ଜଣାପଡିଛି । ଭାରତୀୟ ପ୍ରଶାସନିକ ଅଧିକାରୀ ତଥା ପଦ୍ମପୁର ଉପଜିଲ୍ଲାପାଳଙ୍କ ଗାଡିକୁ ବାଲି ବୋଝେଇ ହାଇୱା ଧକ୍କା ଦେବା ଘଟଣା ଏବେ ଅଂଚଳରେ ଚାଞ୍ଚଲ୍ୟକର ବିଷୟ ହୋଇଛି । ପୋଲିସ ପ୍ରଶାସନ ଏବଂ ଇସ୍ପାତ ଓ ଖଣି ବିଭାଗର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେବେ ପ୍ରଶାସନ ଚୋରା ବାଲି ଚାଲାଣ ଉପରେ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।



