Sunday, April 20, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବାବୁପାଲିରେ ରକ୍ତଦାନ ଶିବିର : ୫୧ ୟୁନିଟ ରକ୍ତ ସଂଗୃହିତ।

ବାବୁପାଲିରେ ରକ୍ତଦାନ ଶିବିର : ୫୧ ୟୁନିଟ ରକ୍ତ ସଂଗୃହିତ।

ଅତାବିରା(ସୁରେନ୍ଦ୍ର କଠାର)-ଭେଡେନ ଅମୃତ କୁଟୁମ ଓ ଯୁବଗୋଷ୍ଠୀ ତରଫରୁ ସ୍ବେଚ୍ଚାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ବାବୁପାଲି ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ । ଏହି ରକ୍ତଦାନ ଶିବିରରେ ବାବୁପାଲି ଗ୍ରାମପଂଚାୟତର ସରପଂଚ ଶ୍ରୀମତୀ ସୌଦାମିନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ୍ କରିଥିଲେ । ବାବୁପାଲି ପଂଚାୟତର ଯୁବଗୋଷ୍ଠୀ ମାନଙ୍କ ପ୍ରୟାସ ରେ ୬ ଜଣ ମହିଲା ଓ ୪୫ ଜଣ ପୁରୁଷ ସମେତ ସର୍ବମୋଟ୍ ୫୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା | ବୁର୍ଲା ରକ୍ତ ଭଣ୍ଡାର୍ ର ଡାକ୍ତର୍ ସ୍ନେହାଲି କୁମାରି ଦଲାଇ ଟେକନିସିଏନ୍ ଶ୍ରୀ ଦେବାସିସ ମିଶ୍ର,ଶ୍ରୀ ଦିଲ୍ଲିପ୍ କୁମାର୍ ସାହୁ, ଶ୍ରୀ ପ୍ରହଲ୍ଳାଦ୍ ଭୋଇ, ଶ୍ରୀ ବିନୋଦ୍ ବେହେରା ପ୍ରମୁଖ ରକ୍ତ ସଂଗ୍ରହ ରେ ସହଯୋଗ୍ କରିଥିଲେ।

ଅମୃତ୍ କୁଟୁମର ସଭାପତି ଶ୍ରୀଯୁକ୍ତ ଆନନ୍ଦ ଚନ୍ଦ୍ର ସୁନା ରକ୍ତ ର୍ ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ | କାର୍ଯ୍ୟକ୍ରମ ଶେଷରେ ବୁର୍ଲା ସଂଯୋଜକ୍ ଶ୍ରୀ ବୁଲୁ ବଡ଼ପଣ୍ଡା ସମସ୍ତଙ୍କୁ ଧନ୍ଯବାଦ୍ ପ୍ରଦାନ କରିଥିଲେ ।ଏହି ରକ୍ତଦାନ କାର୍ଯ୍ୟକ୍ରମରେ ସହଯୋଗ୍ କରିଥିଲେ ଶ୍ରୀ ରୁଦ୍ରନାରାୟଣ ସାହୁ ବଂସିଧର୍ ବେହେରା ବିସ୍ବଦେବ୍ ବଡ଼ପଣ୍ଡା, ବାସୁଦେବ୍ ପଧାନ୍ ସଉମିତ୍ରି ପଧାନ୍ ,ଧନେସ୍ବର୍ ସାହୁ, ଲଲିତ୍ ସାହୁ ,ବରଗଡ୍ ସଂଯୋଜକ୍ ସସି ପାଣିଗ୍ରାହି, ଭିମ ଦୁବସାଗର୍ , ଗୋପି ମେହେର୍ , ପ୍ରହଲ୍ଳାଦ୍ ମେହେର୍, ସେସଦେବ୍ କର୍ଣ ଓ ବାବୁପାଲି ଗ୍ରାମପଂଚାୟତର ଯୁବଗୋଷ୍ଠୀ।

error: Content is protected !!