Saturday, March 7, 2026
Homeରାଜ୍ୟବାଇକ୍ ସହ ଗଞ୍ଜେଇ ଜବତ, ୨ ଗିରଫ୍ ।

ବାଇକ୍ ସହ ଗଞ୍ଜେଇ ଜବତ, ୨ ଗିରଫ୍ ।

ପଦ୍ମପୁର – ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ଖଣ୍ଡିଝରନ ଛକ ଠାରେ ଯାନବାହାନ ଯାଞ୍ଚ କରୁଥିବା ସମୟରେ ଗୋଟିଏ ବାଇକରେ ଦୁଇ ଆରୋହୀ ଯାଉଥିବା ସମୟରେ ସନ୍ଦେହ ସୃଷ୍ଟି କରିଥିଲା। ପାଇକମାଳ ପୋଲିସ ସେମାନଙ୍କୁ ଯାଞ୍ଚ କରିବାରୁ ସେମାନଙ୍କ ଠାରୁ ୧୧ କେଜି ୩୯୦ ଗ୍ରାମର ଗଞ୍ଜେଇ , ଗୋଟିଏ ମୋବାଇଲ ଫୋନ୍, ନଗଦ୧୨୦ଟଙ୍କା, ଓ.ଡି ୧୭ ଏମ୍ ୦୦୮୯ ନମ୍ବରର ଗୋଟିଏ ମୋଟର ସାଇକେଲ ଜବତ କରିବା ସହ ଦୁଇ ଅଭିଯୁକ୍ତ ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ କୁଟେନପାଲିର ବିଭୁ ଭୂଷଣ ବାଗ ଓ କ୍ଷମା ସାଗର ଛତ୍ରିଆକୁ ଗିରଫ କରିଥିଲେ। ପାଇକମାଳ ଥାନା କେସ୍ ନମ୍ବର ୧୬୧/୨୦୨୫ ଆଧାରରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପାଇକମାଳ ଥାନାଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

error: Content is protected !!