Saturday, April 19, 2025
spot_imgspot_imgspot_img
Homeରାଜନୀତିବର୍ଷାଙ୍କ ପ୍ରଚାରରେ ମହିଳା ପ୍ରଚାରକ : ମହିଳା ଭୋଟର ବେଶ୍ ଉତ୍ସାହିତ l

ବର୍ଷାଙ୍କ ପ୍ରଚାରରେ ମହିଳା ପ୍ରଚାରକ : ମହିଳା ଭୋଟର ବେଶ୍ ଉତ୍ସାହିତ l

ପଦ୍ମପୁର – ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭେଁଉରିଆ ପଞ୍ଚାୟତ ରେ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି l ବରଗଡ଼ ଜିଲ୍ଲା ବିଜେଡି ମହିଳା ଉପ ସଭାନେତ୍ରୀ ରଜନୀ ସାହୁ ଓ ପଞ୍ଚାୟତ ସଭାପତି ଉମେଶ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଭେଁଉରିଆ ପଞ୍ଚାୟତ ଅନ୍ତର୍ଗତ ଭେଁଉରିଆ ଓ ବୁଧାପାଲି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ମହିଳା ଯୋଗଦେଇଥିଲେ l ଏହି ସଭାରେ ଶ୍ରୀମତୀ ସାହୁ ବିଗତ ଦିନରେ ନିଜ ପଞ୍ଚାୟତ ରେ ହୋଇ ଥିବା ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଅବଗତ କରାଇଥିଲେ ଏବଂ ଆଗାମୀ ଦିନରେ ବିକାଶ କାର୍ଯ୍ୟ କୁ ବଜାୟ ରଖିବା ପାଇଁ ବିଧାୟକ ପ୍ରାର୍ଥୀନୀ ବର୍ଷା ସିଂ ବରିହା ଙ୍କୁ ବିପୁଳ ପରିମାଣ ରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ l

error: Content is protected !!