Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବରିଷ୍ଠ ନାଗରିକ ସଂଘ , କୁଚିଣ୍ଡାର ନୂତନ କର୍ମକର୍ତ୍ତା ନିର୍ବାଚନ ।

ବରିଷ୍ଠ ନାଗରିକ ସଂଘ , କୁଚିଣ୍ଡାର ନୂତନ କର୍ମକର୍ତ୍ତା ନିର୍ବାଚନ ।

କୁଚିଣ୍ଡା(ତପନ ଦାଶ)- କୁଚିଣ୍ଡା ସ୍ଥିତ ସଂଘ କାର୍ଯ୍ୟାଳୟ ସଭା କକ୍ଷରେ ସଂଘର ସପ୍ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ଏବଂ ନୂତନ କର୍ମକର୍ତ୍ତା ନିର୍ବାଚନ ମଧ୍ୟ ସମ୍ପନ୍ନ ହୋଇ ଯାଇଛି। ସର୍ବସମ୍ମତିକ୍ରମେ ଶାନ୍ତନୁ କୁମାର ସାହୁ, ଜୟପ୍ରକାଶ ଗୁପ୍ତା, ଅରବିନ୍ଦ ମିଶ୍ର ଓ ଫକିର ମୋହନ ବରିହା ଉପଦେଷ୍ଟା ଧୀରେନ୍ଦ୍ର କୁମାର ମହାନ୍ତି, ସଭାପତି ତଥା କାର୍ଯ୍ୟକାରୀ ସଭାପତି ଭାବରେ ଭକ୍ତ ବତ୍ସଳ ଶର୍ମା ଓ ଭଦ୍ର ଚରଣ କିସାନ ନିର୍ବାଚିତ ହୋଇଛନ୍ତି।ଏତଦ୍ ବ୍ୟତୀତ ସାଧାରଣ ସଂପାଦକ ଜୋହନ କାମିଲ ଲାକ୍ରା, ସମ୍ପାଦକ ଜଗନ୍ନାଥ ପାଣିଗ୍ରାହୀ,ଓ ତୁଳାରାମ ସାହୁଙ୍କୁ ନିର୍ବାଚିତ କରାଯାଇଛି।

କୋଷାଧ୍ୟକ୍ଷ ଭାବେ ବନମାଳୀ ସତପଥି, ପ୍ରୋଜେକ୍ଟ କୋଅଡିନେଟର ପ୍ରଫୁଲ୍ଲ କୁମର ସାହୁ, ପ୍ରୋଜେକ୍ଟ ଲିଡର କିଶୋର ଚନ୍ଦ୍ର ପ୍ରଧାନ ଏବଂ କାର୍ଯ୍ୟନିର୍ବାହୀ ପରିଷଦକୁ ଅଶୋକ କୁମାର୍ ମହାପାତ୍ର, ଶିଶିର ମିଶ୍ର, ସୁବାସ ଚନ୍ଦ୍ର ପତି,ପଦ୍ମ ଲୋଚନ ଭୋଇ, ପବିତ୍ର ମୋହନ ଝାଙ୍କର, ଶଶିକାନ୍ତ ସୁନାନି, ପର୍ଶୁରାମ ମିଶ୍ର, ଦେବେନ୍ଦ୍ର କୁମାର ପଣ୍ଡା,ଜୟ କିଶୋର ମହାପାତ୍ର ଓ ପ୍ରେମୀ ଅଗ୍ରୱାଲ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି। ଆସନ୍ତା ଅକ୍ଟୋବର ଏକ ତାରିଖରୁ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସରେ ଉପରୋକ୍ତ ନୂତନ କର୍ମକର୍ତ୍ତା ମାନେ ଶପଥଗ୍ରହଣ ପୂର୍ବକ ସଂଘର କାର୍ଯ୍ୟଭାର ଆନୁଷ୍ଠାନିକ ଭାବେ ଗ୍ରହଣ କରିବେ।

error: Content is protected !!