Saturday, March 7, 2026
Homeରାଜନୀତିବରପାଲିରେ ବିଜେଡିର ଚାଷୀ ସମାବେଶ ।

ବରପାଲିରେ ବିଜେଡିର ଚାଷୀ ସମାବେଶ ।

ବରପାଲି-ବିଜେପି ସରକାରଙ୍କ ଚାଷୀ ମାରଣ ନୀତି ପ୍ରତିବାଦରେ ସୋମବାର ବରପାଲିରେ ବିଜୁ ଜନତା ଦଳ ପକ୍ଷରୁ ବିରାଟ ଚାଷୀ ସମାବେଶ ଗଙ୍ଗାଧର କଲ୍ଯାଣ ମଣ୍ଡପ ପରିସରରେ ହୋଇଯାଇଛି। ବର୍ତ୍ତମାନର ବିଜେପି ସରକାରଙ୍କ ଚାଷୀ ମାରଣ ନୀତିକୁ ବିଜୁ ଜନତା ଦଳ ପକ୍ଷରୁ ତୀବ୍ର ବିରୋଧ ସହ କଡା ସମାଲୋଚନା କରିଛି। ବିଜୁ ଜନତା ଦଳ ସବୁବେଳେ ସବୁ ସମୟରେ ଚାଷୀଙ୍କ ସହିତ ରହିଆସିଛି। ରାଜ୍ୟର ଚାଷୀଙ୍କ ହକ ଓ ଅଧିକାର ହାସଲ ପାଇଁ ଦରକାର ପଡିଲେ ବିଜେଡି ରାଜରାସ୍ତାରୁ ସିଧାସଳଖ ବିଧାନସଭା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବ ବୋଲି ନେତା ମାନେ କଡା ଶବ୍ଦରେ ଚେତାବନୀ ଦେଇଥିଲେ।

ମାନ୍ୟବର ପୂର୍ବତନ ମନ୍ତ୍ରୀ ରିତା ସାହୁ ଙ୍କ ନେତୃତ୍ୱ ତଥା ସଭାପତିତ୍ବରେ ଅନୁଷ୍ଠିତ ପ୍ରତିବାଦ ସଭାରେ ରାଜ୍ୟ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ପୂର୍ବତନ ବିଧାୟକ ତଥା ରାଜ୍ୟ ସାଧାରଣ ସମ୍ପାଦକ ଦେବେଶ ଆଚାର୍ଯ୍ୟ,ବରିଷ୍ଟ ନେତା ଗୌର ହରି ମିଶ୍ର, ସୁଶାନ୍ତ ମିଶ୍ର, ରାଜୁ ଘିବେଲା,ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, କଳ୍ପନା ମାଝୀ,ଲାଲ ବିକ୍ରମ ସିଂହ,ମହେନ୍ଦ୍ର ମେହେର, ତରଣି ଦେବତା, ଦେବାନନ୍ଦ ଗରତିଆ, ନାରଦ ବରିହା, ତିକାୟତ୍ ମହତ୍ତମ୍,ଗୋବିନ୍ଦ ସାହୁ, ମଧୁ ପ୍ରଧାନ,ସୁବ୍ରତ ବେହେରା,ଏବଂ ସମସ୍ତ ବ୍ଲକ୍ ଏବଂ ଟାଉନ ର ସଭାପତି ଏବଂ ଅଧ୍ୟକ୍ଷ ଅଧ୍ୟକ୍ଷା ଉପସ୍ଥିତ ରହିଥିଲେ।

ପରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ତହସିଲଦାରଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ଦାବିପତ୍ରରେ ବରଗଡ଼ ଜିଲ୍ଲାର ସମସ୍ତ ପଞ୍ଜିକୃତ ଚାଷୀଙ୍କ ଟୋକନ ଶୀଘ୍ର ପ୍ରଦାନ, ଜିଲ୍ଲା ସ୍ତରରେ ଟୋକନ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ଅଭିଯୋଗ ପ୍ରକୋଷ୍ଠ କାର୍ଯ୍ୟକାରୀ କରାଯିବା, ଧାନକ୍ରୟ କେନ୍ଦ୍ରରେ ଦୈନିକ ଲକ୍ଷଧାର୍ଯ୍ୟକୁ ଦୁଇ ଗୁଣ କରାଯାଇ ଧାନ କିଣାଯାଉ, ସମସ୍ତ ଧାନକ୍ରୟ କେନ୍ଦ୍ରକୁ ମିଲର୍ସର ମଧ୍ୟସ୍ଥି ଓ ଦଳାଲ ମୁକ୍ତ କରାଯାଉ ଧାନର ଅଭାବି ବିକ୍ରି,କଟନି ଛଟନି ବନ୍ଦ କରାଯାଉ, ଧାନ କିଣ୍ଟାଲ ୩୧୭୯ ଟଙ୍କାରେ ଜିଣିବା ପାଇଁ ଧାର୍ଯ୍ୟ କରାଯାଇଛି। ନିର୍ଦ୍ଧାରିତ ମୂଲ୍ଯରେ ଧାନ କିଣାଯାଉ ପ୍ରଭୁତି ଦାବି ଉପସ୍ଥାପନ କରିଥିଲେ।

error: Content is protected !!