ବରପାଲି-ବରପାଲି ମହାବିଦ୍ୟାଳୟ ପରିସରରେ କ୍ୟାରିୟର କାଉନସିଲିଂ କାର୍ଯ୍ୟକ୍ରମ ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ ଦାଶ ଓ ଏନଏସଏସ ପୋଗ୍ରାମ ଅଧିକାରୀ ତଥା କ୍ୟାରିୟର କାଉନସିଲିଂ ସେଲ୍ ସଂଯୋଜକ ଅଧ୍ୟାପକ ଭକ୍ତବନ୍ଧୁ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଅରବିନ୍ଦ ସିଂ ରାଞ୍ଜି, ଝାରଖଣ୍ଡରୁ ଯୋଗଦେଇ ଯୁକ୍ତ ତିନି ପାଠ୍ୟକ୍ରମ ସରିଲା ପରେ ସରକାରୀ ଚାକିରୀ କ୍ଷେତ୍ରରେ ବ୍ୟାପକ ସୁଯୋଗ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ ।

ସହବକ୍ତା ଭାବରେ ତାପସ ମହାକୁଡ଼ ସମ୍ବଲପୁରଘ୍ ଯୋଗଦେଇ ଭାରତୀୟ ରେଳସେବା ଓ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଥିବା ଚାକିରୀ ସୁଯୋଗ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଶତାଧିକ ଛାତ୍ରଛତ୍ରୀ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଯୋଗଦେଇ ସାଫଲ୍ୟ ମଣ୍ଡିତ କରିଥିଲେ । ଶେଷରେ ଅଧ୍ୟାପକ ଶ୍ରୀଯୁକ୍ତ ଭକ୍ତବନ୍ଧୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

