Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବରପାଲି ମହାବିଦ୍ୟାଳୟରେ ଅର୍ନ୍ତଜାତୀୟ ରକ୍ତ ଶିକୁଳି ଦିବସ ପାଳିତ।

ବରପାଲି ମହାବିଦ୍ୟାଳୟରେ ଅର୍ନ୍ତଜାତୀୟ ରକ୍ତ ଶିକୁଳି ଦିବସ ପାଳିତ।

ବରପାଲି-ବରପାଲି ମହାବିଦ୍ଯାଳୟ ପରିସରରେ ବିଶ୍ବ ରକ୍ତ ଶିକୁଳି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ରକ୍ତହୀନତା ଓ ନିରାକରଣ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଛାତ୍ରଛାତ୍ରି ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା। ଗୁରୁବାର ପୁର୍ବାହ୍ନରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଜୟନ୍ତୀ ଦାଶଙ୍କ ସଭାପତିତ୍ବରେ ଅଭିଯାନ କାର୍ଯ୍ଯକ୍ରମ ଉଦଘାଟିତ ହୋଇଥିଲା।

ଏନ୍. ଏସ.ଏସ. ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଭକ୍ତବନ୍ଧୁ ପ୍ରଧାନ ଓ ଅଧ୍ୟାପିକା ସୀମାଞ୍ଜଳି ଦାସଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ସମ୍ମାନିତ ଅତିଥି ଭାବରେ ପ୍ରାଧ୍ୟାପକ ସୁଶୀଳ କୁମାର ଶତପଥୀ, ଅଧ୍ୟାପକ ଧିରୋଜ କୁମାର ତ୍ରିପାଠୀ, ଉତ୍ତର ଗଡତିଆ, ଡ. ପାରେଶ୍ୱର୍ ସାହୁ, ଡ. ପ୍ରହଲ୍ଲାଦ ଦେବତା, ଡ. ଭଗବାନ ମହାନନ୍ଦ, ଅଶୋକ ପଧାନ, ଅଲେଖ ମହାନନ୍ଦ, ବିଶ୍ଵନାଥ ସାହୁ, ଅରୁଣ କୁମାର ବାରିକ, ମନିଷା ଦାଶ, ଗଣେଶ ପ୍ରସାଦ ମିଶ୍ର, ଡ. ସୀମାଞ୍ଚଳ ପ୍ରଧାନ, ଡ. କାହ୍ନୁ ମେହେର ପ୍ରମୁଖ ଯୋଗଦେଇ ରକ୍ତ ଶିକୁଳି ରୋଗର କାରଣ ଓ ନିରାକରଣ ସମ୍ବନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।

ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ସହ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।

error: Content is protected !!