Thursday, February 13, 2025
spot_imgspot_imgspot_img
Homeଖେଳବରପାଲି ମହାବିଦ୍ୟାଳୟ ୫୦ତମ ବାର୍ଷିକ କ୍ରୀଡା ଉଦଘାଟିତ ।

ବରପାଲି ମହାବିଦ୍ୟାଳୟ ୫୦ତମ ବାର୍ଷିକ କ୍ରୀଡା ଉଦଘାଟିତ ।

ବରପାଲି-ବରପାଲି ମହାବିଦ୍ୟାଳୟ ୫୦ତମ ବାର୍ଷିକ କ୍ରୀଡା ଉତ୍ସବ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଉଦଘାଟିତ ହୋଇଯାଇଛି। ମହାବିଦ୍ୟାଳୟ ଅଧକ୍ଷା ସୁଶ୍ରୀ ଜୟନ୍ତୀ ଦାସ ଉତ୍ସବକୁ ଉଦଘାଟନ କରିଥିଲେ। ପୁର୍ବାହ୍ନରେ ସମଲେଶ୍ୱେରୀ ମନ୍ଦିରରୁ ମଶାଲ ଶୋଭାଯାତ୍ରା ବାହାରିଥିଲା l ଅଧ୍ୟକ୍ଷା ପତାକା ଉତ୍ତୋଳନ କଲା ପରେ ଶପଥ ପାଠ କରାଯାଇଥିଲା । କ୍ରୀଡା ସଂସଦ ଉପସଭାପତି ଅଧ୍ୟାପକ ଅଲେଖ ମହାନନ୍ଦ,

ସଂସଦ ଅନ୍ୟାନ୍ୟ ସଦସ୍ୟ, ଯଥା- ଡ. ଗଙ୍ଗାଧର ମେହେର, ଅଧ୍ୟାପକ ଅଶୋକ କୁମାର ପଧାନ, ଅଧ୍ୟାପକ ଉତ୍ତର କୁମାର ଗଡତିଆ, ଅଧ୍ୟାପକ ଅରୁଣ କୁମାର ବାରିକ, ଡ. ପ୍ରହଲ୍ଲାଦ ଦେବତା, ଅଧ୍ୟାପିକା ଅଞ୍ଜନା ଭୋଇ ଏବଂ ଅଧ୍ୟାପିକା ସୀମା ଭୋଇଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ତଥା କର୍ମଚାରୀ ଉପସ୍ଥିତ ଥିଲେ । ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ମନୋଜ କୁମାର ସାହୁ ଓ ସମଲେଶ୍ୱରୀ ସ୍କୁଲର କ୍ରୀଡା ଶିକ୍ଷକ ରଞ୍ଜନ କୁମାର ବିଶ୍ୱାଲ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲେ ।

error: Content is protected !!