Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବରପାଲି ମହାବିଦ୍ଯାଳୟରେ ସ୍ବାଗତତ୍ସବ ଅନୁଷ୍ଠିତ।

ବରପାଲି ମହାବିଦ୍ଯାଳୟରେ ସ୍ବାଗତତ୍ସବ ଅନୁଷ୍ଠିତ।

ବରପାଲି – ବରପାଲି ମହାବିଦ୍ଯାଳୟ ପରିସରରେ ନବାଗତଙ୍କ ପାଇଁ ସ୍ବାଗତ ଉତ୍ସବ ଆୟୋଜିତ ହୋଇଥିଲା । ମହାବିଦ୍ୟାଳୟ ଯୁକ୍ତ ଦୁଇ ଓ ଯୁକ୍ତ ତିନି ନବାଗତ ଛାତ୍ରଛାତ୍ରୀ ମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା ସଭା ପରିଚାଳନା କମିଟି ପକ୍ଷରୁ ଆୟୋଜିତ ହୋଇଥିଲା। ଅଧ୍ୟକ୍ଷା ଜୟନ୍ତୀ ଦାଶଙ୍କ ଅଧ୍ଯକ୍ଷତାରେ ଉତ୍ସବ କାର୍ଯ୍ଯକ୍ରମ ଆଗେଇଥିଲା। ପ୍ରାରମ୍ଭରୁ ଦୀପ ପ୍ରଜ୍ଜ୍ୱଳନ ପର୍ବ ସମ୍ପର୍ଣ୍ଣ ପରେ ସ୍ବାଗତ ସଙ୍ଗୀତ ଛାତ୍ରୀ ବିନୋଦିନୀ ଓ ଶୁଭଶ୍ରୀଙ୍କ ଦ୍ବାରା ଗାୟନ କରାଯାଇଥିଲା ।

ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ସୁଶୀଲ କୁମାର ଶତପଥୀ, ଉତ୍ତର କୁମାର ଗଡତିଆ, ଅଲେଖ ମହାନନ୍ଦ, ଧିରୋଜ ତ୍ରିପାଠୀ, ଅଶୋକ ପଧାନ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ ଉତ୍ସବର ମୂଳତତ୍ବ ସହ ବିଶେଷତ୍ବ ଉପରେ ଉଦବୋଧନ ମୂଳକ ବକ୍ତବ୍ୟ ରଖିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ଭକ୍ତବନ୍ଧୁ ପ୍ରଧାନ । ମହାବିଦ୍ୟାଳୟ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ତଥା ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।

error: Content is protected !!