ବରପାଲି-ବରପାଲି ସହର ଆଜି ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିସାରିଛି ହେଲେ ଆଜି ପର୍ଯ୍ଯନ୍ତ ବସଷ୍ଟାଣ୍ତ ଟିଏ ସ୍ଥାପନ ହୋଇ ପାରିଲାନାହିଁ। ପଲ୍ଲୀରୁ ପଞ୍ଚାୟତ ହେଲା,ପଞ୍ଚାୟତରୁ ନଗର ହୋଇ ଏନଏସିର ରୂପେ ବର୍ଷବର୍ଷ ଧରି ବହୁ ନୁତନତାର ସ୍ବାଦ ଚଖେଇ ସାରିଲାଣି। ବିଗତ ଦିନରେ ଦୁଇ ଦୁଇଟା ଉପ ନିର୍ବାଚନ ମଧ୍ଯରେ ଗତି କରିଥିଲେ ସୁଦ୍ଧା ବସଷ୍ଟାଣ୍ତ ସ୍ଥାପନ ଆଜିକା ଦିନରେ ସାତ ସପନ ହୋଇଗଲାଣି।
ଉପ ନିର୍ବାଚନରେ ନେତା ମାନଙ୍କ ପ୍ରତିଶୃତିକୁ ବଳ ଦେବା ପାଇଁ ବସଷ୍ଟାଣ୍ତର ସ୍ଥାନ ନିରୁପଣ କାମ ମଧ୍ଯ ସରିଯାଇଛି। ହେଲେ ନିର୍ମାଣ କାର୍ଯ୍ଯ ଫାଇଲ ଭିତରେ ରହିଯାଇଛି। ବର୍ତ୍ତମାନ ୨୬ନମ୍ବର ଯାତିୟ ରାଜପଥକୁ ଚାରି ଥାକିଆ ନିର୍ମାଣ କାମ ଆଗେଇ ଚାଲିଥିବା ବେଳେ ରାସ୍ତାକଡ ବଡବଡ ବୃକ୍ଷ ତଥା ଦୋକାନ ବଜାର ଗୃହ ମାନ ଭଙ୍ଗା ଯାଉଛି।
ରାସ୍ତାଟି ଓସାରିଆ ହେଉଥିବା ଯୋଗୁ ପୁର୍ବରୁ ଅସ୍ଥାୟୀ ଭାବରେ ରହିଥିବା ବସଷ୍ଟାଣ୍ତର ଅପେକ୍ଷାରତ ଯାତ୍ରି ରାସ୍ତା ଉପରେ ନିଜ ଗନ୍ତବ୍ଯ ପାଇଁ ପ୍ରତିକ୍ଷା କରୁଥିବା ଦେଖାଯାଉଛି। ରାସ୍ତା ଉପରେ ଘଣ୍ଟାଘଣ୍ଟା ଛୁଆପିଲା ଧରି ଖରା ବର୍ଷାରେ ଛିଡା ହୋଇ ରହିଥାନ୍ତି। ଏପରିକି ରାତ୍ର ସମୟରେ ବହୁ ସମୟ ରାସ୍ତା କଡରେ ପ୍ରତିକ୍ଷା କରିବାକୁ ବାଧ୍ଯ ହୋଇଥାନ୍ତି।
ସମସ୍ଯାକୁ ନେଇ ପୁର୍ବରୁ ଅନେକ ସଂଘ ଅନୁଷ୍ଠାନ ପ୍ରସାସନ ନିକଟରେ ଦାବୀ ଜଣାଇଥିଲେ ମଧ୍ଯ ସଫଳତାର ବହୁ ଦୁରରେ ରହିଯାଇଛି ଷ୍ଟାଣ୍ତର ରୂପରେଖା। ଆଜି କାଲି ହୋଇ ନିର୍ମାଣକାମର ଚିହ୍ନବର୍ଣ୍ଣ ଜଣା ପଡୁନଥିବା ବେଳେ ପ୍ରସାସନର ଚୁପିଚାପି ନିତିକୁ ନେଇ ବୁଦ୍ଧିଜିବୀ ମହଲକୁ ଆଶ୍ଚର୍ଯ୍ଯଚକିତ କରିଛି। ପ୍ରସାସନ ଦୃଢ ପଦକ୍ଷେପ ନେବା ସହ ନିର୍ମାଣକାମ ତତ୍ପାରତ ବୃଦ୍ଧି ପାଇଁ ଗୁରୁତ୍ବ ଦେବାକୁ ବିଭିନ୍ନ ମହଲରେ ଦାବୀ ହେଉଛି।