Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିବରପାଲି କଞ୍ଜିଆ ସମାଜର କର୍ମକର୍ତ୍ତା ଚୟନ ।

ବରପାଲି କଞ୍ଜିଆ ସମାଜର କର୍ମକର୍ତ୍ତା ଚୟନ ।

ବରପାଲି-ବରପାଲି କପିଳେଶ୍ଵର ମନ୍ଦିର ପରିସରରେ ବାବା କପିଳେଶ୍ଵର ମହାଦେବଙ୍କ ଜଳାଭିଷେକ ଓ ପୂଜାର୍ଚ୍ଚନା କରା ଯାଇଥିଲା। ପରେ ଏକ ବୈଠକ ଅନୁଷ୍ଠିତ ହୋଇ କଞ୍ଜିଆ ସମାଜ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। କଞ୍ଜିଆ ସମାଜ କମିଟି କର୍ମକର୍ତ୍ତା ସହ ଉପଦେଷ୍ଟା ମଣ୍ତଳି ଓ ଯୁବ କମିଟି ଗଠନ ହୋଇଥିଲା | ମନୋନିତ କାର୍ଯ୍ୟକାରୀ କମିଟିରେ ସଭାପତି ଭାବେ ଗଜରାଜ ଗହୀର, ଉପସଭାପତି ରୋହିତ ବଢଲ, ସମ୍ପାଦକ କୁନୁ ଗହୀର, ସହ ସମ୍ପାଦକ ସଚିନ ମହତ୍ତମ ,ସହ ସମ୍ପାଦକ ଗୁପ୍ତେଶ୍ୱର ମହତ୍ତମ, କୋଷାଧ୍ଯକ୍ଷ ଭାବରେ ସମ୍ପଦ ଗହୀର, ଧବଳେଶ୍ୱର ରାଉତ ଏବଂ ଅଜୟ ମହତ୍ତମଙ୍କୁ ମନୋନିତ ହୋଇଥିଲେ।

ଉପଦେଷ୍ଟା କମିଟିରେ ଟିକେତ ମହତ୍ତମ,ଗଙ୍ଗା ମହତ୍ତମ, ତୁଳସିରାମ ମହତ୍ତମ, ଗୋକୁଳ ଗହୀର,ଗୋପାଳ ବଢଲ,ଚିନୁ ମହତ୍ତମ, କୈଳାଶ ଗହୀର,ବଳରାମ ରାଉତ, ପ୍ରମୋଦ ଗହୀର, ମହେନ୍ଦ୍ର ଗହୀର, କୋୖସ୍ତବ ମହତ୍ତମ , କରୁଣାକର ରାଉତଙ୍କୁ ଚୟନ କରାଯାଇଥିଲା। ସେହିପରି ସମାଜର ଯୁବ କମିଟିରେ ପ୍ରବୀଣ ରାଉତ,ବଣ୍ଟି ଦଫାଦାର, ଆକାଶ ରାଉତ,ରାଜୁ ମହତ୍ତମ,ଶୁଭମ ଗହୀର ,ଶିଭମ ରାଉତ, ପ୍ରଶାନ୍ତ ଗହୀର,ଦୀପକ ଗହୀର, ବିବେକ ରାଉତ, ସୋନୁ ମହତ୍ତମ,ଅନିଲ ଯାଦବ ପ୍ରମୁଖ ମନୋନିତ ହୋଇଥିଲେ। ପରେ ସମାଜର ବିକାଶ ଦିଗରେ ଆଲୋଚନା ମାନ ହେବା ସହ ସାମାଜିକ ବ୍ଯବସ୍ଥା ସମ୍ପର୍କିତ ବିଷୟ ଉପରେ ଆଲୋଚନା ମାନ ହୋଇଥିଲା।

error: Content is protected !!