Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବରଦାଦୁର୍ଗା ମନ୍ଦିରରେ ଶ୍ରାବଣୀ ପୂଜନତ୍ସବ ।

ବରଦାଦୁର୍ଗା ମନ୍ଦିରରେ ଶ୍ରାବଣୀ ପୂଜନତ୍ସବ ।

ବରପାଲି – ବରପାଲି ତଥା ଗ୍ରାମାଞ୍ଚଳର ବିଭିନ୍ନ ଶୈବପିଠ ଓ ଦେବୀମନ୍ଦିର ମାନଙ୍କରେ ଭକ୍ତଙ୍କ ଦ୍ବାରା ଶ୍ରାବଣୀ ପୂଜାର୍ଚ୍ଚନା ଏବଂ ମାସିକ ସଂକ୍ରାନ୍ତି ଦେବକାର୍ଯ୍ୟ ଶୁଭାରମ୍ଭ ହୋଇଯାଇଛି। ଏହିଅବସରରେ ମାଁ ବରଦା ଦୁର୍ଗା ମନ୍ଦିର ପରିସରରେ ମୁଖ୍ୟ ପଣ୍ଡିତ ସୁବଳ ମିଶ୍ରଙ୍କ ନେତୃତ୍ବରେ ପଣ୍ଡିତ ଲବ ଦାଶ, ଗୋପାଳ ମିଶ୍ର, ତିଲକ ମିଶ୍ର, ଜୁଗଳ ମିଶ୍ର, ବାଲଗୋପାଲ ମିଶ୍ର ପ୍ରମୁଖଙ୍କ ଦ୍ବାରା ସଂକ୍ରାନ୍ତି ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଆଗେଇଚାଲିଛି। ଗତ ଶ୍ରାବଣ ମାସର ପ୍ରଥମ ସୋମବାର ଉପଲକ୍ଷେ ମା’ଙ୍କ ଶ୍ରାବଣୀ ପୂଜାର୍ଚ୍ଚନା ନୀତି ଆରମ୍ଭ ହୋଇଥିଲା ।

ପୂର୍ବାହ୍ନରେ ମୁଖ୍ୟକର୍ତ୍ତା ସୁବ୍ରତ ମେହେରଙ୍କ ସମେତ ବିଧାନ ମେହେର,ପ୍ରଦିପ ମେହେର,ନେପାଲ ମେହେର, ରାଜେଶ ଦାଶ, ମୁକେଶ ବେହେରା, ସାନ୍ତନୁ ମିର୍ଦ୍ଧା, ପ୍ରହଲ୍ଲାଦ ମେହେରଙ୍କ ସମେତ ବହୁ ଯୁବ ଭକ୍ତମାନେ ମନ୍ଦିର ପିଠ ମଣ୍ଡପରେ ପଣ୍ଡିତ ମାନଙ୍କ ସହାୟତାରେ ପୁର୍ଣକୁମ୍ଭ ସ୍ଥାପନ କରିଥିଲେ। ପରେ ବିଧିବିଧାନ ମଧ୍ଯରେ ଦେବାଦେବୀ ଆବାହନ ସହ ପୂଜାର୍ଚ୍ଚନା କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ଏହି ଅବସରରେ ପ୍ରତିଦିନ ପିଠରେ ହୋମଯଜ୍ଞ ଆୟୋଜନ ସହ ଚଣ୍ଡୀପାଠ, ଗାୟତ୍ରୀ, ଦୁର୍ଗାସହସ୍ର ମନ୍ତ୍ର ନାମ ପ୍ରଭୁତି ପଠନ କାର୍ଯ୍ଯ ଭକ୍ତ ମାନଙ୍କ ଗହଣରେ କରାଯାଉଛି। ଆୟୋଜକ ମାନଙ୍କ କହିବାନୁଯାୟୀ ପ୍ରତିଦିନ ପୂଜାର୍ଚ୍ଚନା ସହ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଚଳିତ ଶ୍ରାବଣ ପୂର୍ଣ୍ଣମୀ ତିଥିରେ ସମର୍ପଣ ଓ ପୂର୍ଣ୍ଣାହୁତି ପର୍ବ ଅନୁଷ୍ଠିତ ହେବ ବୋଲି ଆୟୋଜକ ଭକ୍ତ ମଣ୍ଡଳି ଜଣାଇଥିଲେ।

error: Content is protected !!