ପାଇକମାଲ-ବରଗଡ ସାଂସଦଙ୍କ ପାଇକମାଳ ସ୍ଥିତ ବାସଭବନରେ ମିଳିତ ପ୍ରାଥମିକ ଶିକ୍ଷକ ସମନ୍ୱୟ ସମିତି ସଦସ୍ୟ ତଥା ଅଲ ଓଡିଶା ପ୍ରାଥମିକ ଶିକ୍ଷକ ସମନ୍ୱୟ ସମିତି ତିନି ଦଫା ଦାବୀ ସମ୍ବଳିତ ଦାବୀ ଯଥା ପ୍ରାଥମିକ ଶିକ୍ଷାରୂ ଚୁକ୍ତଭିତିକ ପ୍ରଥା ସ୍କିମାଟିକ ପ୍ରଥା ଉଛେଦ, କଣ୍ଟ୍ରାକଚ୍ୟୁଏଲ ସମୟ ୬ ବର୍ଷ ଓ ବର୍ଷ ସମୟ ଅବଧିକୁ ମୁଲ ଚାକିରୀରେ ଗଣନା କରିବା ସହ ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ ।ମାଟ୍ରିକ ସି. ଟି ପୋଷ୍ଟରୁ ଯୁକ୍ତ ଦୁଇ ସି. ଟି. ପୋଷ୍ଟକୁ ଉନ୍ନୀତକରି ୩୫୪୦୦/-ସ୍କେଲରେ ଦରମା ପ୍ରଦାନ ।

ଆଦି ଦାବୀକୁ ପୂରଣ କରିବା ଦିଗରେ ସରକାରଙ୍କ ସହ ଆଲୋଚନାକରି ପୂର୍ଣ୍ଣ ମାତ୍ରରେ ସହଯୋଗ କରିବାକୁ ମାନ୍ୟବର ସାଂସଦ ପ୍ରତଶ୍ରୁତି ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ରାଜବୋଡାସମ୍ବର ବ୍ଳକର ସାଙ୍ଗଠନିକ ସମ୍ପାଦକ ନେତ୍ରାନନ୍ଦ ସାହୁ ,ଝାରବନ୍ଧ ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ବିଷ୍ଣୁ ଚରଣ ସାହୁ, ପଦ୍ମପୁର ବ୍ଲକରୁ ପ୍ରେମସାଗର ପ୍ରଧାନ, ସୁରେଶ ସିଂ ଚୌହାନ ପ୍ରମୁଖ ଦାବୀ ପତ୍ର ପ୍ରଦାନ କରିଥିଲେ ।

ଉପସ୍ଥିତ ଅଭିଭାବକ ଜନସାଧାରଣ ଶିକ୍ଷକଙ୍କ ଦାବୀ ଯଥାର୍ଥ ଓ ତୁରନ୍ତ ପୂରଣ ହେବା ଉଚିତ, ଏମାନଙ୍କୁ ଦୀର୍ଘ ଦିନରୁ ପ୍ରତାରଣା କରାଯାଇଛି ବୋଲି ମାନ୍ୟବର ସାଂସଦଙ୍କୁ କହୁଥିବାର ଦେଖା ଯାଉ ଥିଲା । ସୂଚନା ଯୋଗ୍ୟ ଯେ ଶିକ୍ଷକ ମାନଙ୍କ ଆନ୍ଦୋଳନ ପାଇଁ ପରମିସନ ନ ଦେଲେ ବି ଶିକ୍ଷକ ନେତୃତ୍ୱ ତୁନି ନ ରହି ଗଣଶିକ୍ଷା ମନ୍ତ୍ରୀ ସମେତ ସବୁ କ୍ୟାବିନେଟ ମନ୍ତ୍ରୀଙ୍କୁ , ମାନ୍ୟବର ବିଧାୟକ ଭଟଲି ଇରାଶିଷ ଆଚାର୍ଯ୍ୟଙ୍କ ନେତୃତ୍ୱରେ ସାକ୍ଷାତ କରି ଦାବୀକୁ ଦୃଢ ଭାବେ ଉପସ୍ଥାପନ କରିଛନ୍ତି ।

