Saturday, March 7, 2026
Homeରାଜ୍ୟବରଗଡ଼ ସାଂସଦଙ୍କ ରାଜପଥ ଦାବି ଉପରେ କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର ।

ବରଗଡ଼ ସାଂସଦଙ୍କ ରାଜପଥ ଦାବି ଉପରେ କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର ।

ପଦ୍ମପୁର– ବଲାଙ୍ଗୀର-ପାଟଣାଗଡ-ହରିଶଙ୍କର- ନୃସିଂହନାଥ -ପାଇକମାଳ- ନୂଆପଡ଼ାକୁ ଜାତୀୟ ରାଜପଥ ଅନ୍ତର୍ଭୁକ୍ତ କରିବା ପାଇଁ ବରଗଡ ସାଂସଦ ପ୍ରଦୀପ ପୁରୋହିତ କରିଥିବା ଦାବି ଉପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ବିଭାଗ ମନ୍ତ୍ରୀ ନୀତୀନ ଗଡକରି ଉତ୍ତର ରଖିଛନ୍ତି। ଏ ପ୍ରସଙ୍ଗରେ ଶ୍ରୀ ପୁରୋହିତଙ୍କ ଦାବିର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ତାଙ୍କ ପତ୍ରରେ ଲେଖିଛନ୍ତି ଯେ, ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କ ଦାବିକୁ ତର୍ଜମା କରି କେନ୍ଦ୍ର ସରକାର ନୂତନ ଜାତୀୟ ରାଜପଥ ନିର୍ମାଣ କିମ୍ବା ରାଜ୍ୟ ରାଜପଥକୁ ଜାତୀୟ ରାଜପଥରେ ବିକଶିତ କରିଥାନ୍ତି। ଏଥିପାଇଁ କେତେକ ନୀତିନିୟମ ମଧ୍ୟ ରହିଛି। ତେବେ ସାଂସଦ ଶ୍ରୀ ପୁରୋହିତଙ୍କ ଦାବିକୁ ଗୁରୁତର ସହ ନେଇ ସେ ଏହାର ତର୍ଜମା କରି ଯଥାର୍ଥ ପଦକ୍ଷେପ ଗ୍ରହଣ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରି ତାଙ୍କ ପତ୍ରରେ ଦର୍ଶାଇଛନ୍ତି। ସୂଚନାଯୋଗ୍ୟ, ବଲାଙ୍ଗୀର -ପାଟଣାଗଡ- ହରିଶଙ୍କର – ନୃସିଂହନାଥ – ପାଇକମାଳ- ନୂଆପଡ଼ା ସଡ଼କପଥକୁ ଜାତୀୟ ରାଜପଥ ମାନ୍ୟତା ପ୍ରଦାନ କରିବାକୁ ସାଂସଦ ଶ୍ରୀ ପୁରୋହିତ ଦାବି କରିଥିଲେ।

error: Content is protected !!