ପଦ୍ମପୁର-ବରଗଡ଼ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର “ସମ୍ଭବ”ର ପଞ୍ଚମ ଓ ଷଷ୍ଠ ପର୍ଯ୍ୟାୟ ସ୍ଥାନୀୟ ପି ଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ଉଦଯାପିତ ହୋଇଯାଇଛି।ପ୍ରଧାନ ଶିକ୍ଷକଙ୍କ ଦକ୍ଷତା ଓ ନେତୃତ୍ବ ବିକାଶ ନିମନ୍ତେ ଆୟୋଜିତ ଏହି ଶିବିରର ଅନ୍ତିମ ଦିବସରେ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ଓ ମାନସ ଶତପଥୀ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଅତିଥି ଭାବରେ ସ୍ଥାନୀୟ ବିଇଓ ଲୋକନାଥ ଭୋଇ,ଜିଲ୍ଳା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବରଗଡ଼ର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ସସ୍ମିତା ସାହୁ, ବରୁଣ କୁମ୍ଭକାର, ରଶ୍ମିତା ସୁନା, ରାଜବୋରାସମ୍ବର ହାଇସ୍କୁଲର ପ୍ରଧାନ ଶିକ୍ଷକ ନିରାଳମ୍ୱ ପଟେଲ,ପେଡାଗୋଜି କୋର୍ଡିନେଟର ପୁଷ୍ପାଞ୍ଜଳି ଦାଶ ଯୋଗ ଦେଇଥିଲେ।

ପ୍ରଶିକ୍ଷଣର ଅନ୍ତିମ ଦିବସରେ ପ୍ରଶିକ୍ଷକ ଝାରବନ୍ଧ ବ୍ଲକ ଶିକ୍ଷା ଅଧିକାରୀ ଶୁଭମ୍ ପତି ଲିଭ୍ ରୁଲ୍,ଜନତା ହାଇସ୍କୁଲ ଭୁକ୍ତାର ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ କ୍ୟାରିଅର ଗାଇଡେନସ,କ୍ୟାରିଅର କାଉନସେଲିଂ, କ୍ୟାରିଅର ପୋର୍ଟାଲର ଆବଶ୍ୟକତା ଏବଂ ଧନ୍ଦା ମୂଳକ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ଧାରଣା ପ୍ରଦାନ କରିଥିଲେ।ଶିକ୍ଷକ ପ୍ରଶିକ୍ଷକ ବେଣୁଧର ବରିହା ନେତୃତ୍ୱ ବିକାଶ, ସାମାଜିକ, ଆବେଗିକ ଓ ନୈତିକ ବିକାଶ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।ପୁରୁଷୋତ୍ତମ ହାଇସ୍କୁଲ ରୁଚିଦାର ପ୍ରଧାନ ଶିକ୍ଷକ ଅଜୟ କୁମାର ମେହେର ଉପସ୍ଥାପନ ଅବଧାରଣ ବୃଦ୍ଧି ଓ ପାଠ ତ୍ୟାଗୀର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ।

ପଣକିପାଲି ହାଇସ୍କୁଲର ଶିକ୍ଷକ ପୁସ୍ତମ୍ ବିଶି ଏବଂ ତୋରା ହାଇସ୍କୁଲର ପ୍ରଧାନଶିକ୍ଷକ ସଙ୍ଗୀତା ରାଣୀ ମିଶ୍ର ବ୍ଲୁମ ଟାକସୋନୋମି ଉପରେ ଆଲୋକପାତ କରିଥିଲେ। ପ୍ରଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପ୍ରଧାନ,ଟିକେଶ୍ୱର ପ୍ରସାଦ ପଟେଲ,ରାଜେଶ ଖମାରୀ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ବରିହା ପ୍ରଶିକ୍ଷଣର ଅନୁଭୂତି ବର୍ଣ୍ଣନା କରିଥିଲେ।ସମସ୍ତ ସାଧନକର୍ମୀ ଓ ପ୍ରଶିକ୍ଷାର୍ଥୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।ଶେଷରେ ଶିକ୍ଷକ ପୁସ୍ତମ୍ ବିଶି ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମେତ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।



