Thursday, May 8, 2025
spot_imgspot_imgspot_img
Homeଅଘଟଣବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ବଡ ଭାଉଜଙ୍କ ଦେହାନ୍ତ ।

ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ବଡ ଭାଉଜଙ୍କ ଦେହାନ୍ତ ।

ପଦ୍ମପୁର-ବୁଧବାର ସକାଳ ଭୋର ୫ଟା ସମୟରେ ବରଗଡ ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ବଡ ଭାଉଜ ଶ୍ରୀମତୀ ସଂଯୁକ୍ତା ପୁରୋହିତଙ୍କ ତାଙ୍କ ପାଇକମାଲ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସ୍ବର୍ଗତ ସଂଯୁକ୍ତା ପୁରୋହିତ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ବଡ ଭାଇ ଶ୍ରୀ ବିଜୟ କୁମାର ପୁରୋହିତଙ୍କ ଧର୍ମପତ୍ନୀ ଅଟନ୍ତି । ଶ୍ରୀ ବିଜୟ ପୁରୋହିତ ସମ୍ବଲପୁର ମାଇନିଂ ଅଫିସରୁ ୨୦୧୬ ମସିହାରୁ ଅବସର ନେବାପରେ ପାଇକମାଲ ଗ୍ରାମରେ ସମସ୍ତ ୪ ଭାଇଙ୍କ ସହ ଏକାଠି ରହୁଥିଲେ ।

ସ୍ବର୍ଗତ ସଂଯୁକ୍ତା ପୁରୋହିତ ସମ୍ବଲପୁର ବିଶ୍ୱ ବିଦ୍ୟାଳୟରୁ ବିଏସସି,ବିଇଡି ଡିଗ୍ରୀ ହାସଲ କରିବା ସହ କିଛି ବର୍ଷ ସମ୍ବଲପୁର ସ୍ଥିତ ଶ୍ରୀମାଁ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଓ ପାଇକମାଲ ସ୍ଥିତ ଯମୁନା କନ୍ଦୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷୟିତ୍ରୀ ଭାବରେ ଶିକ୍ଷକତା କରୁଥିଲେ । ସେ ଜଣେ ମେଲାପୀ ଓ ଧର୍ମପରାୟଣ ମହିଲା ଥିଲେ । ଗତ କିଛି ବର୍ଷ ଧରି ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ବର ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ତାଙ୍କ ବିୟୋଗରେ ପାଇକମାଲ ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି । ତାଙ୍କର ଅନ୍ତିମ ସଂସ୍କାର ପାଇକମାଲ ସ୍ଥିତ ସ୍ବର୍ଗଦ୍ବାର ଠାରେ ଅନୁଷ୍ଠିତ ହୋଇଥିବା ବେଳେ ତାଙ୍କ ସ୍ବାମୀ ଶ୍ରୀ ବିଜୟ କୁମାର ପୁରୋହିତ ଓ ତିନିଭାଇ ଶ୍ରୀ ଗିରିଧାରୀ ପୁରୋହିତ,ଆଇନଜୀବୀ ରାମ ରତନ ପୁରୋହିତ,ସାଂସଦ ପ୍ରଦୀପ ପୁରୋହିତଙ୍କ ସମେତ ସମସ୍ତ ପରିବାର ବନ୍ଧୁ,ସଜ୍ବନ ଉପସ୍ଥିତ ଥିଲେ । ବଡପୁଅ ଶ୍ରୀ ସିଦ୍ଧାନ୍ତ ପୁରୋହିତ ମୁଖାଗ୍ନି ଦେଇଥିଲେ ।

error: Content is protected !!